ତିହିଡି,୧୮/୦୧(ଯଦୁମଣି ପାଣିଗ୍ରାହୀ): ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୋମବାର ପ୍ରଥମ ପର୍ଯ୍ୟାୟରେ ୨୫୦ ସ୍ୱାସ୍ଥ୍ୟ କର୍ମଚାରୀ ଓ ଅଙ୍ଗନୱାଡି କର୍ମୀଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି । ସକାଳେ ଏହି କାର୍ଯ୍ୟକ୍ରମକୁ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ । ବିଡିଓ ବସନ୍ତ କୁମାର ସାହାଣୀ ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଲତା ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ସନ୍ତୋଷ କୁମାର ପତ୍ର, ମେଡିକାଲ ଅଫିସର ଡା.ଶୁଭକାନ୍ତ ଓଝା, ଏଜିଏମ(ଆଶା), କଳ୍ପନା ସାମଲ ଉପସ୍ଥିତ ଥିଲେ ।
ପରେ ମେଡିକାଲ ଅଫିସର ଡା. ଓଝାଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ଏବଂ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ସହାୟିକା ମାନଙ୍କୁ ଟିକା ପ୍ରଦାନ କରାଯାଇଥିଲା । ତେବେ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୨୦୦ ଜଣଙ୍କୁ ଟିକା ଦେବାକୁ ଳକ୍ଷ୍ୟ ରଖା ଯାଇଥିଲା । ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ବଳରାମ ପଲେଇ, ବିପିଏମ ଶାନ୍ତିଲତା ମିଶ୍ର, ସୁପରଭାଇଜର ଚିନ୍ମୟ ପରିଡା ଓ ଅମରେନ୍ଦ୍ର ପୃଷ୍ଠି, ଭାରତୀ ଜେନା, ଆଲୋକ ଭୋଇ ଓ ତୁଳସୀ ପାଣିଗ୍ରାହୀ, କଳ୍ପନା ବେହେରା, ମନୋଜା ମଞ୍ଜଳୀ ମହାନ୍ତି, ରିତାଞ୍ଜଳି ଶତପଥି ପ୍ରମୁଖ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଟିକା ପ୍ରଦାନରେ ସହାୟତା କରିଥିଲେ ।
