ତିହିଡି,୦୮/୦୧: ତିହିଡି ଥାନା ଅଧିନ ମଙ୍ଗରାଜପୁର-କାଁପଡା ରାସ୍ତାରେ ସୋମବାର ତିହିଡି ପୋଲିସ ଚୋରା କୋଇଲା ବୋଝେଇ ଏକ ପିକଅପ୍ ଭ୍ୟାନକୁ ଜବତ କରିଛି । ଏହି ଘଟଣାରେ ପୋଲିସ ଏକ ମାମଲା ନଂ-୧୯/୨୧ରୁଜୁ କରି ଚାଳକ ଶତୃଘ୍ନ ମଳିକ ଓ ହେଲପର ଅରୁଣ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । ସେମାନେ ଘଣ୍ଟେଶ୍ୱର ଅଞ୍ଚଳରୁ ପିକଅପ ଭ୍ୟାନରେ ୫୦ ବସ୍ତା କୋଇଲା ବୋଝେଇ କରି ଯାଜପୁର ନେଇ ଯାଉଥିଲେ । କୌଣସି ସୂତ୍ରରୁ ଖବରପାଇ ପୋଲିସ ସେମାନଙ୍କୁ ମଙ୍ଗରାଜପୁର ରାସ୍ତାରୁ ଧରିବାକୁ ସକ୍ଷମ ହୋଇଥିଲା ।