Odisha news

ଅଗ୍ନି ବିପନ୍ନ ଦୋକାନୀଙ୍କୁ ବିଜେପି ପକ୍ଷରୁ ସହାୟତା

0

ତିହିଡି,୦୮/୦୧: ତିହିଡି ବଜାରରେ ଗତ ଗୁରୁବାର ରାତିରେ ଅଗ୍ନିକାଣ୍ଡ ଘଟି ଜଳି ଯାଇଥିବା ୧୨ଟି ଦୋକାନର ଦୋକାନୀଙ୍କୁ ସୋମବାର ବିଜେପି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ପ୍ରତ୍ୟେକ ଦୋକାନୀଙ୍କ ଚାଉଳ, ଡାଲି ସମେତ ବିଭିନ୍ନ ରାସନ ସାମଗ୍ରୀ ଓ କମ୍ବଳ, ମଶାରୀ ପ୍ରଦାନ କରାଯାଇଥିଲା । ବାସୁଦେବପୁରର ବିଜେପି ଯୁବନେତା ଉଦୟ ନାରାୟଣ ମଲ୍ଲିକ, ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରଘୁନାଥ ପାତ୍ର, ଜିଲ୍ଲା ଉପ ସଭାପତି ଦୁର୍ଗାଚରଣ ନାୟକ, ମଣ୍ଡଳ ସଭାପତି ପ୍ରଦୀପ ବଳ, ସରପଞ୍ଚ ସ୍ୱର୍ଣ୍ଣମୟୀ ଜେନା, ପ୍ରତାପ ଜେନା, ପ୍ରଦୀପ ଜେନା, କେଶବ ବେହେରା ପ୍ରମୁଖ ସହାୟତା କରିଥିଲେ ।

Leave A Reply