Odisha news

ବିଲଣା ଓ ମଙ୍ଗଳପୁର ସମିତିରେ ଖୋଲିଲା ଧାନ ମଣ୍ଡି

0

ତିହିଡି,୨୬/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ବିଲଣା ଓ ମଙ୍ଗଳପୁର ସମବାୟ ସମିତିରେ ଧାନମଣ୍ଡି ଖୋଲିଛି । ବ୍ଲକ ଅଧ୍ୟକ୍ଷା ବିଦୁ୍ୟତଳତା ନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଲଣା ମଣ୍ଡିକୁ ଉଦଘାଟନ କରିଥିଲେ । ସଂପାଦକ ଅମରେନ୍ଦ୍ର ନାୟକ, ସରପଞ୍ଚ ଭାଗିରଥି ମଳିକ, ପୂର୍ବତନ ଜିଲ୍ଲା ପରିଷସ ସଭ୍ୟ ଦେବେନ୍ଦ୍ର ପୁହାଣ, ସିଇଓ ସଞ୍ଜୟ କୁମାର ଦାସ, ଶରତ ମଳିକ, ଶ୍ରୀରାମ ଚନ୍ଦ୍ର ପାଣ୍ଡବ, ବିନୋଦ ସେଠୀ, ଦୁର୍ଯ୍ୟୋଧନ ପରିଡା, ରଘୁନାଥ ତି୍ରପାଠୀ, ଲକ୍ଷ୍ମୀକାନ୍ତ ନାୟକ ଉପସ୍ଥିତ ଥିଲେ । ସେହିପରି ମଙ୍ଗଳପୁର ମଣ୍ଡିକୁ ପୂର୍ବତନ ସାଂସଦଙ୍କ ପ୍ରତିନିଧି ସୁରେନ୍ଦ୍ର ନାୟକ ଉଦଘାଟନ କରିଥିଲେ । ସିଇଓ ସଞ୍ଜୟ କୁମାର ଦାସ, ସରପଞ୍ଙ୍କ ପ୍ରତିନିଧି ନିତ୍ୟାନନ୍ଦ ବେହେରା, ପୂର୍ବତନ ସମିତି ସଭାପତି ପ୍ରବୀର ନାୟକ, ସଂପାଦକ ଶଙ୍କର୍ଷଣ ଜେନା, ପୂର୍ବତନ ସଂପାଦକ ବଳରାମ ସେନାପତି ସମିତିସଭ୍ୟ ପ୍ରତିନିଧି ଅନିରୁଦ୍ଧ ବାରିକ, ସରପଞ୍ଚ ପ୍ରତାପ ସାହୁ, ସନ୍ଧ୍ୟାରାଣି ପାଣିଗ୍ରାହୀ, ଉମାକାନ୍ତ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply