Odisha news

ବିଜେପି ପକ୍ଷରୁ ବାଜପେୟୀ ଜୟନ୍ତୀ ପାଳିତ

0

ତିହିଡି,୨୬/୧୨: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ଚଉଁରୀ ଦୁର୍ଗା ମନ୍ଦିର ପରିସରରେ ଗତକାଲି ଅପରାହ୍ଣରେ ବିଜେପି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ପୂର୍ବତନ ମଣ୍ଡଳ ସଭାପତି ଉମାକାନ୍ତ ଦାସଙ୍କ ଅଧ୍ୟକ୍ଷତା ଓ ରତିକାନ୍ତ ଦାସଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିଲା । ମୁଖ୍ରତିଥି ଭାବେ ଡାକ୍ତର ଦୀନବନ୍ଧୁ ବେହେରା, ମୁଖ୍ୟବକ୍ତା ଭାବେ ସାହିତି୍ୟକ ମୁକ୍ତିକାନ୍ତ ନାୟକ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ଅଜୟ ରାଉତ, ସୁରେଶ ଚନ୍ଦ୍ର ଦାସ, ହୃଷିକେଶ ପଣ୍ଡା, ନିତ୍ୟନନ୍ଦ ପଟ୍ଟନାୟକ, ମାନସ ମହାନ୍ତି, ରବିନ୍ଦ୍ରନାଥ ଦାସ,. ହୃଷିକେଶ ପାଢୀ, ରବି ନାରାୟଣ ତିଆଡି ଯୋଗ ଦେଇ ବାଜପେୟୀଙ୍କ ତ୍ୟାଗପୂତ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମୁରୂଜ, ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରାଯାଇଥିଲା । ସହ ସଂଯୋଜକ କୈଳାଶ ଚନ୍ଦ୍ର ବେହେରା, କେଶବଚନ୍ଦ୍ର କୁଣ୍ଡ, ରବିନ୍ଦ୍ର ଜେନା, ସୁବ୍ରତ ମହଲା, ସୁରେନ୍ଦ୍ର କୁଣ୍ଡ, କାହ୍ନୁଚରଣ ବେହେରା, ଅମରେଶ୍ୱର ଭୋଇ, ବିକାଶ ନାୟକ, ସନାତନ ନାୟକ, ଅଞ୍ଜନ ଦାସ, ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ ଓ ତିତିକ୍ଷା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply