ତିହିଡି : ଭଦ୍ରକ ଜିଲ୍ଲା ଅଧିନ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଭୂମିକା ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଆୟୋଜିତ ଏହି ଶିବିରରେ ମୋଟ ୧୫ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଅସ୍ତ୍ରୋପଚାର ଲାଗି ଚିହ୍ନଟ କରାଯାଇଥିଲା । ବରିଷ୍ଠ ଚକ୍ଷୁ ଚିକିତ୍ସକ ମୁକ୍ତିକାନ୍ତ ନାୟକ ରୋଗୀ ମାନଙ୍କର ଚକ୍ଷୁ ପରୀକ୍ଷା କରିଥିଲେ । ରାମଚନ୍ଦ୍ର ବେହେରା ଓ ପୁଷ୍ପାଞ୍ଜଳି ସାହୁ ଶିବିର ପରିଚାଳନା କରିଥିବା ବେଳେ ପ୍ରକାଶ ପଣ୍ଡା ଓ ଉପେନ୍ଦ୍ର ଗୋଚ୍ଛାୟତ ଏଥିରେ ସହାୟତା କରିଥିଲେ ।