Odisha news

ସମାଜସେବୀ ସୁଧାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ

0

ତିହିଡି,୧୩/୧୨(Jadumani Panigrahi) : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅଧିନ ଝିଙ୍କିରିଆ ଗ୍ରାମର ସମାଜସେବୀ ସୁଧାକର ସାହୁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ସୁଧାକର ସାହୁ ସ୍ମୃତି ସଂସଦ ପକ୍ଷରୁ ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଠ ଶିକ୍ଷାବିତ ସନାତନ ବେହେରା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ମନୋଜ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଯାମିନୀମୋହନ ପାଢୀ, ସନାତନ ସାହୁ, ଇନ୍ଦ୍ରମଣି ଗାହାଣ, ଶୈଳେନ୍ଦ୍ର ବାରିକ, ପ୍ରାକ୍ତନ ସରପଞ୍ଚ ବସନ୍ତ ପତି, ସମାଜସେବୀ ଅଜୟ ନାୟକ, ଅଧ୍ୟାପକ ବିଶ୍ୱରଞ୍ଜନ ଦାସ, ଡ. ଅଭୟ କୁମାର ଦାସ ଯୋଗ ଦେଇ ସୁଧାକରଙ୍କ ନିସ୍ୱାର୍ଥପର ସେବା ଉପରେ ଆଲୋକପାତ କରିଥିଲେ । ସୁଶାନ୍ତ ବାରିକ ସଭା ସଞ୍ଚାଳନ କରିଥିଲେ । ପ୍ରାରମ୍ଭରେ ଅତିଥି ମାନେ ସ୍ୱାର୍ଗତ ସାହୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଏହି ଅବସରରେ ସଫଳ ଚାଷୀ ଭାବେ ସତ୍ୟଜିତ ବଳ ଓ ପ୍ରଭାତୀ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ଣରେ ଜୀବନଜ୍ୟୋତି ସେବା ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବରରେ ମୋଟ ୩୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲେ । ଶିକ୍ଷକ ଦୀନରଞ୍ଜନ ପାଢୀ, କବି ବିପ୍ଳବ ପତି, ସମାଜସେବୀ ଜ୍ୟୋର୍ତିମୟ ପାଣ୍ଡବ, ଧୀରେନ୍ଦ୍ର ସାହୁ, ବୀରେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply