ନୂଆପଡା-୩୦/୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) : ଆଜି କ୍ୟାମେରା ରେ କଏଦ ହେଲା ମଣିଷ ଖିଆ ବାଘର ଫଟୋ । ଗତ କିଛି ଦିନ ହେଲା ଆତଙ୍କ ଖେଲାଇଥିବା ମଣିଷ ଖିଆ କଲରାପତରିଆ ବାଘ ର ଚିତ୍ର କ୍ୟାମେରା ରେ କଏଦ ହୋଇଛି ।ସୁନାବେଡ଼ା ଅଭୟାରଣ୍ୟ ର ଜଳ ମଡ଼େଇ ଗାଁ ରେ ଆତଙ୍କ ଜାରି ରଖିଥିଲା ବାଘ । ବନ ବିଭାଗ ଦ୍ବାରା ବାଘର ଗତିବିଧି କୁ ନଜର ରଖିବା ପାଇଁ ଖଞ୍ଜା ଯାଇଥିବା ଟ୍ରାପ କ୍ୟାମେରା ରେ କଏଦ ହୋଇଛି ଫଟୋ ।ଏହା କଲରାପତରିଆ ବାଘ ବୋଲି ସ୍ପଷ୍ଟ ଜଣା ପଡ଼ିଛି ।ପୂର୍ବରୁ ଜଳ ମଡ଼େଇ ଗାଁ ର ବୃଦ୍ଧା ମହିଳା ସାନମତି ବାରିକ କୁ ଘରୁ ଟେକି ଶିକାର କରିଥିଲା ଏହି ମଣିଷ ଖିଆ ବାଘ ।ସେହିପରି ଜିଲ୍ଲାର ତରିଆ ମହୁଅଭଟା ଗାଁ ରେ ଘରୁ ବାଛୁରୀ ଏବଂ ଗାଈ କୁ ଟେକି ନେଇ ଶିକାର କରୁଥିଲା, ଏଭଲି ଅଞ୍ଚଳରେ ପ୍ରାୟ ୧୨ ଗୋଟି ଗୃହ ପାଳିତ ପ୍ରାଣୀ ଶୀକାର କରିଛି ବାଘ। ଏହା ପରେ ଗାଁ ରେ ଆତଙ୍କ ଦେଖାଇଥିଲା ବାଘ । ବାଘ୍ ଭୟରେ ଜନ ଜୀବନ ଏକ ପ୍ରକାର ସନ୍ଧ୍ୟା ହେଲେ ଜନଶୂନ୍ୟ ହୋଇ ଘର ମୁହା ହୋଇପଡିଛି। ଜଙ୍ଗଲ ଜାତ ଦ୍ରବ୍ୟ ଗୋଟାଇବାକୁ ଓ ଚାଷ କାମ କରିଯିବାକୁ ଲୋକେ ଭୟ କରୁଛନ୍ତି। ବର୍ତ୍ତମାନ କ୍ୟାମେରା ରେ ଫଟୋ କଏଦ ହେବା ପରେ ବନ ବିଭାଗ ତରଫରୁ ବାଘ ର ଗତିବିଧି କୁ ନଜର ରଖାଯାଇଛି ।
