ବିିରିଡି, ୧୧ା୦୫ ; ବିରିଡି ବିଦ୍ୟୁତ ସେକସନ ଅଧିନରେ ଥିବା ଉତରଶାସନ ଗ୍ରାମ ପଂଚାୟତ ଅନ୍ତର୍ଗତ ୪ନଂ ଓାର୍ଡର ଜନସାଧାରଣଙ୍କ ପାଇଁ ସ୍ଥାନୀୟ ଗୋଲେଖ ନାଥ ମନ୍ଦିର ସାମ୍ନାରେ ବସିଥିବା ୧୬ କେଭିର ଏକ ବିଦ୍ୟୁତ ଟ୍ରାନ୍ସଫରମର କୁ କେହି ଦୁର୍ବୁତ ଗତ କାଲି ବିଳମ୍ବିତ ରାତ୍ରୀରେ କରି ନେଇଥିବା ଅଭିଯୋଗ ହୋଇଛି ।
ଏହି ଟ୍ରାନ୍ସଫରମର ଚୋରୀ ହୋଇଯିବା ଫଳରେ ସେଥିରୁ ବିଦ୍ୟୁତ ସଂଯେ୍ଧଜ୍ଞ ନେଇଥିବା ୪ନଂ ଓାର୍ଡର ୧୫୦ ରୁ ଉର୍ଦ୍ଧ ଲୋକେ ଗତକାଲି ରାତି ଠାରୁ ଅନ୍ଧାରରେ ରହିବା ସହ ଅସହାୟ ଖରା ଓ ଗରମରେ ଅତି ହିନସ୍ଥା ଭୋଗୁଛନ୍ତି । ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କୁ ସେଠାକାର ଜନସାଧାରଣ ଜଣାଇବା ସହ ଚୋରୀ ପରେ ଦେଖାଦେଇଥିବା ସମସ୍ୟାର ତୁରନ୍ତ ସମାଧାନ କରି ବିଦ୍ୟୁତ ସଂଯୋଗ ଦେବାକୁ ଦାବି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସମ୍ଭବ ହୋଇପାରିନାହିଁ ।
ଫଳରେ ସେଠାକାର ଜନସାଧାରଣ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ପୂର୍ବରୁ ଏହି ଉତରଶାସନ ପଂଚାୟତର ୫ ନଂ ଓାର୍ଡରୁ ୨୫ କେଭି ଟ୬ାନ୍ସଫରମର ଗତ ଫେବୃଆରୀ ୨୧ ତାରିଖରେ ଚୋରୀ ହୋଇଥିବା ବେଲେ ୧ନଂ ଓାର୍ଡକୁ ମଧ୍ୟ ଉକ ଟ୍ରାନ୍ସଫରମର ଚୋରୀ ହୋଇଯାଇଥିଲା ।
ଏହି ଟ୬ାନ୍ସଫରମର ସହ ଚୋରୀ ଯାଇଥିଲେ ମଧ୍ୟ ସେହି ସ୍ଥାନରେ ନୂତନ ଟ୍ରାନ୍ସଫରମର ଏପର୍ଯ୍ୟନ୍ତ ବସାଯାଇ ନଥିବାର ମଧ୍ୟ ଅଭିଯୋଗ ହୋଇଛି । ତେବେ ସେଠାରେ ବାରମ୍ବାର ଏହି ଭଳୀ ଚୋରୀ ଘଟଣା ଘଟିଥିଲେ ମଧ୍ୟ ବିଭାଗ କାହିଁକି ପଦକ୍ଷେପ ଗ୍ରହଣ କରୁନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।