Odisha news

ବଲିଉଡ କଳାକାର ଅକ୍ଷୟ କୁମାର ସୋସିଆଲ୍ ମିଡ଼ିଆରେ ପ୍ରୋଫାଇଲ୍ ଫୋଟୋ ବଦଳାଇ ମହାରାଷ୍ଟ୍ର ପୋଲିସ୍ ସାନ୍ନମାନ ଜଣାଇଛନ୍ତି

0

ଦେଶରେ କରୋନା ଭାଇରସ କୁ ନେଇ ଲକଡାଉନ ଚାଲିଥିବା ବେଳେ ଦେଶର ଆର୍ଥିକ ଅବସ୍ଥା ମଧ୍ୟ ମାନ୍ଦା ହୋଇଯାଇଛି l ଏଥିସହିତ ଆମର କରୋନା ଯୋଦ୍ଧl ଯେପରିକି ଡାକ୍ତର ,ପୋଲିସ ଓ ସଫେଇ କର୍ମଚାରୀ ମଧ୍ୟ ନିଜର ଜୀବନକୁ ବାଜି ଲଗାଇ ଆମର ସେବା କରୁଛନ୍ତି l ଏଥିପାଇଁ ନିକଟରେ ଅକ୍ଷୟ କୁମାର ଦେଶର କରୋନା ଯୋଦ୍ଧlଙ୍କୁ ସନ୍ନମାନ ଜଣେଇ ନିଜର ପ୍ରୋଫାଇଲ ଫୋଟୋକୁ ପରିବର୍ତନ କରିଛନ୍ତି l

ଏଥି ସହିତ ଅକ୍ଷୟ ଟ୍ୱିଟ କରିଛନ୍ତି ଯେ “ରାଜ୍ୟର ସୁରକ୍ଷା ପାଇଁ ମହାରାଷ୍ଟ୍ର ପୋଲିସ ସର୍ବଦା ଜାଗ୍ରତ l ପ୍ରତିଦିନ ମୁଁ ଆମ ଆଗଧାଡ଼ି ର ଯୋଦ୍ଧlଙ୍କ କାହାଣୀ ଦେଖୁଚି ଓ ଶୁଣୁଛି l ଯେଉଁ ମାନେ ନିଜର ଡରକୁ ପଛରେ ପକାଇ ଆମକୁ ସୁରକ୍ଷା ଦେଉଛନ୍ତି l ସେହି ହିରୋ ମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ପୋଲିସ ଜଣେ l ମୁଁ ମହାରାଷ୍ଟ୍ର ପୋଲିସ କୁ ସାନ୍ନମାନ ଜଣାଇ ନିଜର ପ୍ରୋଫାଇଲ ଫୋଟୋ ବଦଳାଉଛି l ”

ଅକ୍ଷୟ କୁମାର କେବଳ ଜଣେ ଭଲ କଳାକାର ନୁହଁନ୍ତି ,ସେ ମଧ୍ୟ ଜଣେ ଭଲ ଦେଶଭକ୍ତ l ଦେଶରେ ଯେ କୌଣସି ପ୍ରାକୃତିକ ବିପର୍ଜୟ ପଡେ ସାହାଯ୍ୟର ହାତ ବଢ଼ାଇ ଥାନ୍ତି l ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ କୁ କରୋନା ମୁକାବିଲା ପାଇଁ ୨୫ କୋଟି ଟଙ୍କା ପ୍ରଦାନ କରିଛନ୍ତି l ଏହା ସହିତ ମୁମ୍ବାଇ ମହାନଗର ନିଗମକୁ ୩ କୋଟି ଓ ମୁମ୍ବାଇ ପୋଲିସ ଫାଉଣ୍ଡେସନ କୁ ୨ କୋଟି ଟଙ୍କା ପ୍ରଦାନ କରିଛନ୍ତି l ଏଥିପାଇଁ ମହାରାଷ୍ଟ୍ର ପୋଲିସ ତାଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଶଂସା କରିଛି l

Leave A Reply