Odisha news

୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି , ଆସନ୍ତାକାଲି ୧୦୦ରୁ ୧୨୦ କିଲୋମିଟ ଯାଏଁ ବଢ଼ିପାରେ

0

ଭୁବନେଶ୍ୱର: ବାତ୍ୟା ଅଂପନ ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ମାତ୍ରା ବଢିବାରେ ଲାଗିଛି। ଆଜି ପୁରୀରେ ସବୁଠୁ ବେଶୀ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ରାଜ୍ୟର ଉତ୍ତର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି। ଏହା ଆସନ୍ତାକାଲି ୧୦୦ରୁ ୧୨୦ କିଲୋମିଟ ଯାଏଁ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି।

ବାତ୍ୟା ପାଇଁ ପୋର୍ଟ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗୋପାଳପୁର, ପୁରୀରେ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ପାରାଦୀପ, ଧାମରାରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି।

ବାତ୍ୟା ପ୍ରଭାବରେ ରାଜ୍ୟର ୫ ଟି ଜିଲ୍ଲାରେ ବେଶୀ ପ୍ରଭାବ ପଡ଼ିବ। କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଯାଜପୁରରେ ପ୍ରବଳ ବର୍ଷା ହେବ।  ପୁରୀ, ଖୋର୍ଦ୍ଧା ଓ କଟକରେ ବି ବର୍ଷା ହେଉଛି, ଓ ଏହାର ପରିମାଣ ବଢ଼ିବ ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ୱାସ।
Govt
Leave A Reply