ଭୁବନେଶ୍ୱର: ବାତ୍ୟା ଅଂପନ ପ୍ରଭାବରେ ରାଜ୍ୟରେ ବର୍ଷା ଓ ପବନର ମାତ୍ରା ବଢିବାରେ ଲାଗିଛି। ଆଜି ପୁରୀରେ ସବୁଠୁ ବେଶୀ ବର୍ଷା ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟର ଉତ୍ତର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି। ଏହା ଆସନ୍ତାକାଲି ୧୦୦ରୁ ୧୨୦ କିଲୋମିଟ ଯାଏଁ ବଢ଼ିପାରେ ବୋଲି ପାଣିପାଗ ବିଭାଗ କହିଛି।
ବାତ୍ୟା ପାଇଁ ପୋର୍ଟ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଗୋପାଳପୁର, ପୁରୀରେ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ପାରାଦୀପ, ଧାମରାରେ ୪ ନମ୍ବର ବିପଦ ସଂକେତ ଦିଆଯାଇଛି।