କୋଣାର୍କ,ସବ୍ୟୁ, ବଙ୍ଗୋପସାଗର ରେ ସୃଷ୍ଟି ମହାବାତ୍ୟା ଅମ୍ଫାନ ଯୋଗୁଁ ଚନ୍ଦ୍ରଭାଗା ସମୁଦ୍ର ଫୁଲିବା ସହ ଉଚ୍ଚ ଜୁଆର ମାନ ଉଠି କୁଳ ଲଂଘୁଛି। ଯାହା ଚନ୍ଦ୍ରଭାଗା ଅଂଛଳରେ ବସ ବାସ କରୁଥିବା ମଚ୍ୟ ଯିବି ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ସ୍ଥାନୀୟ ପ୍ରଶାସନ ତରଫରୁ ଡ଼ାକବାଜି ଦ୍ବାରା ସୋମବାର ଦିନ ତଳିଆ ଅଞ୍ଚଳର ଜନସାଧାରଣ ଙ୍କୁ ବାତ୍ୟା ସମ୍ପର୍କ ସଚେତନ କରାଯିବା ସହ ମଚ୍ୟ ଯିବି ଙ୍କୁ ସମୁଦ୍ର ଭିତରକୁ ଯିବାପାଇଁ ବାରଣ କରାଯାଇଛି। ସମୁଦ୍ର କୂଳରେ ଥିବା ଉଠା ଦୋକାନୀ ମାନେ ଭୟ ବିତ ହୋଇ ସେମାନଙ୍କର ଦୋକାନରେ ଥିବା ଜିନିଷ ସବୁକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାତରିତ କରୁ ଥିବାର ଦେଖାଯାଉଛି।
ବାତ୍ୟା ଅମ୍ଫାନ ପ୍ରଭାବ ଯୋଗୁଁ ଚନ୍ଦ୍ରଭାଗର ଉପକୂଳ ସହ ଅଂଚଳରେ ମଙ୍ଗଳବାର ଠାରୁ ପ୍ରବଳ ବର୍ଷା ହେବବୋଲି ସ୍ଥାନୀୟ ପ୍ରଶାସନ ତରଫରୁ ଜନସାଧରଙ୍କୁ ସତର୍କ କରାଇଦିଆଯାଇଛି ।ଏବଂ ଅମ୍ଫାନ କବଳରୁ ତଳିଆ ଅଂଛଳର ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ସ୍ଥାନୀୟ ଏନଏସି ପୁରା ସଜାଗ ହୋଇ ଆଠଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ କୁ ପ୍ରସ୍ତୁତ କରି ରଖା ଯାଇଥିବା ଜଣାପଡିଛି।ମହାବାତ୍ୟା ଅମ୍ଫାନ ପାଇଁ ଅଞ୍ଚଳବାସୀ ଭୟଭୀତ ନହେବାପାଇଁ କୋଣାର୍କ ଏନ ଏ ସିର ନିର୍ବାହୀ ଅଧିକାରୀ ଶ୍ରୀ ଏମ୍ ଶ୍ରୀ ନିବାସ ସମସ୍ତଙ୍କୁ ନିବେଦନ କରିବା ସହ ଏହାର ମୁକାବେଲା ପାଇଁ ସମସ୍ତେ ସଜାଗ ରହିବାକୁ କହିଛନ୍ତି।