Odisha news

କେନ୍ଦ୍ରାପଡା ର ଶ୍ରୀ ବଳଦେବଜୀୟୁଙ୍କ ଦେବସ୍ନାନ ପୂର୍ଣ୍ଣିମାର ନୀତି ନିର୍ଘଣ୍ଟ

0

କେନ୍ଦ୍ରାପଡା : କେନ୍ଦ୍ରାପଡା ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀୟୁଙ୍କ ପବିତ୍ର ସ୍ନାନ ପୂର୍ଣିମା ଉପଲକ୍ଷେ ନୀତି ନିର୍ଘଣ୍ଟ ସି୍ଥିରିକୃତ ହୋଇଛି । କୋଭିଡ-୧୯ ର ନିୟମାବଳୀ ମୁତାବକ ସୀମିତ ସଂଖ୍ୟକ ସେବାୟତଙ୍କ ଦ୍ୱାରା ଶ୍ରୀଜୀୟୁ ମାନଙ୍କ ସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ପରିଚାଳନା କରାଯିବ । ଜୁନ ୫ ତାରିଖ ସକାଳ ୬ଟା ରୁ ୭ଟା ମଧ୍ୟରେ ଜୀୟୁ ମାନଙ୍କ ପହଣ୍ଡି ବିଜେ କରାଯିବ ।

ସକାଳ ୭ଟା ୩୦ରେ ଜୟ ମଙ୍ଗଳା ଆଳତୀ, ଦିନ ୧୦ଟା ସମୟରେ ନୀତିସ୍ନାନ , ୧୨ଟାରେ ବଲ୍ଲଭ ମଣୋହି, ଦିନ ୧ଟାରେ ମଙ୍ଗଲା ଅର୍ପଣ, ୧ଟା ୩୦ରେ ଗଜାନନ ବେଶ, ୨ଟାରେ ଖେଚୁଡୀ ଧୂପ ଓ ସଂନ୍ଧ୍ୟା ୭ଟା ସମୟରେ   ସ୍ନାନ ମଣ୍ଡପରୁ ଦିଅଁ ମାନଙ୍କୁ ପହଣ୍ଡି କରାଯାଇ ଅଣସର ଗୃହ ପ୍ରବେଶ କାର୍ଯ୍ୟକ୍ରମ ସ୍ଥିତିକୃତ କରାଯାଇଛି ।

ଗୁରୁବାର ସକାଳେ ଟ୍ରଷ୍ଟ ବୋର୍ଡର ଏକ ସ୍ୱତନ୍ତ୍ର ବୈଠକ ସଭାପତି ତଥା ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଧିରେନ କୁମାର ସାହୁ, ବଳରାମ ସୁଆର, ରଞ୍ଜନକୁମାର ପୃଷ୍ଟି, ଜଜାତି କେଶରୀ ମହାନ୍ତି, କାର୍ଯ୍ୟ ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ ଙ୍କ ସମେତ ସେବାୟତ ଓ ମହାଜନ ପାଣିଗ୍ରାହୀଙ୍କ ପ୍ରତିନିଧି ମାନେ  ଉପସ୍ଥିତ ଥିଲେ ।

Leave A Reply