Odisha news

୧୧ହଜାର ଲିଟର କିରୋସିନି ଓ ୩ହଜାର ଲିଟର ଡିଜେଲ୍ ଓ ୫୩ ଲିଟର ମଦ ଜବତ ମାଲିକ କୋର୍ଟ ଚାଲାଣ,ସାଧାରଣ ଜନତା ଓ ବିରୋଧିଙ୍କ ଭିଜିଲାନ୍ସ ତଦନ୍ତ ଦାବୀ

0

ଗୋଡିବନ୍ଧ/ସମଲ,(ସବ୍ୟୁ) ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ୧୪୯ନମ୍ବର ଜାତୀୟ ରାଜପଥର ଡେରା ଗୁଳା ଛକରେ ଏକ ବେନାମୀ ହୋଟେଲରେ ଚାଲିଥିବା କଳାସାମ୍ରାଜ୍ୟର ପର୍ଦ୍ଦାଫା ସ୍ହୋଇଛି । ଦୀର୍ଘ ବର୍ଷରୁ ଚାଲି ଆସୁଥିବାଏହି କଳାସାମ୍ରାଜ୍ୟକୁ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ଜଗମୋହନ ମୀନାଙ୍କ ନିଦେ୍ର୍ଦଶରେ ସ୍ୱତନ୍ତ୍ର ଟିମ୍ରଡିନ୍ଶ୍ରୀ ଦୀନକୃଷ୍ଣ ମିଶ୍ର ଓ ଟିମ୍ଏହି କାର୍ଯ୍ୟକୁସଫଳ ରୂପାୟନ ଦେଇଛନ୍ତି ।

ସ୍ୱତନ୍ତ୍ର ଟିମ୍ ଓ ସମଲ ଥାନାର ସହଭାଗୀତାରେ ହୋଇଥିବା ଏହି ଚଢାଉରେ ବହୁ ଗୁରୁତ୍ୱ ପୂର୍ଣ୍ଣ କଥା ପଦାକୁ ଆସିବା ସହ ବହୁ ପରିମାଣର ଡିଜେଲ,କିରୋସିନି,ମଦ ଓ ଅନ୍ୟାନ୍ୟ ଜିନିଷ ସରକାରୀ ଖାତାକୁ ଆସିଛି ।ଜବତ ହୋଇଥିବା ଜିନିଷମଧ୍ୟରେ ୩ହଜାର ଲିଟର ଚୋରା ଡିଜେଲ ଓ ୧୧ହଜାର ଲିଟର ଚୋରା କିରୋସିନି ଥିବାବେଳେ ୧୧୫ଟି ଚୋରା ବିଦେଶୀମଦ ବୋତଲ ଅର୍ଥାତ୍ ୫୩ଲିଟର ୮ଶହ ମିଲିଲିଟର ମଦ ରହିଛି ।

ଲକଡାଉନ୍ ନିୟମକୁ ଖୋଲାଖୋଲି ଉଲଘଂନ କରି ହୋଟେଲ ମାଲିକର ଭେଣେଇଙ୍କ ଛତ୍ର ଛାୟାରେ ବ୍ୟାପକ ଭାବେ ଚାଲି ଆସୁଥିବା ଜଣା ପଡିଛି ।ଏହି ହୋଟେଲଟି ସରକାରୀ ଦଳରନେତା ତଥା ସମଲ ଗ୍ରାମର ଜ୍ୟାଇଁଙ୍କ ଦ୍ୱାରା ଦିର୍ଘ ବର୍ଷରୁ ଚାଲି ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ ବିରାଟ ବାହୁ ବଳେ କିଚକ ରାଜା ବୋଲି ସାରା ଅଂଚଳର ଅଧିବାସିଙ୍କ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସମଲ ଥାନାରେ୮୬/୮୭ରେ ତା-୦୮.୦୫.୨୦୨୦ରେ ୨ଟି ପୃଥକ ମାମଲାରେ ଓଡିଶାଏକ୍ସାଇଜ୍ ଓ ପେଟ୍ରୋଲିୟମ ଆକ୍ଟରେ କରାଯାଇ ଏଘଟଣାରେ ଅଟକ/ଗିରଫ ୩ଜଣଙ୍କ ମଧ୍ୟରୁ ହୋଟେଲ ମାଲିକ ତପନ ଓରଫ୍ ପଦ୍ମଲୋଚନ ପ୍ରଧାନ(୩୭)କୁ କୋର୍ଟ ଚାଲାଣ କରାଯାଇଛି ।ମାନ୍ୟବର ଅଦାଲତ ଜାମିନ୍ ନାମାଞୁର କରି ତାଳଚେର ଉପକାରାଗାରକୁ ହୋଟେଲ ମାଲିକକୁ ପଠାଇଛନ୍ତି ।

ତେବେଏତେ ପରିମାଣରଡିଜେଲ,କିରୋସିନି ଓ ମଦ ସାମ୍ନାକୁ ଆସିବାପରେ ସାଧାରଣ ଜନତାଙ୍କର ଅବକାରୀ,ସାଧାରଣ ବଣ୍ଟନ ଓ ମାପ ଓଜନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ହେବା ସହ ସରକାରୀ ଦଳର ନେତାଙ୍କ ସମ୍ପୃକ୍ତି ରହିଥିବା ଚର୍ଚ୍ଚାଜୋର୍ ଧରିଛି ।ଆଉ ଏହାକୁ ହଜମ କରିପାରୁନାହାଁନ୍ତି ସାଧାରଣଜନତା ଓ ବିରୋଧି ଦଳରନେତା ।

Leave A Reply