Odisha news

ଅଙ୍ଗାରବନ୍ଧ ମହିମା ଧାମରେ ବୈଶାଖ ଚତୁର୍ଦ୍ଦଶୀ ଓ ପୂର୍ଣ୍ଣିମା ଯଥା ରୀତିରେ ସଂପର୍ଣ୍ଣ

0

ଅନୁଗୁଳ -ଗତ ଛଅ ଓ ସାତ ତାରିଖ ଦିନ ଅଙ୍ଗାରବନ୍ଧ ମହିମା ଧାମରେ ଦୁଇ ଦିନ ଧରି ଯଥା ରୀତି ନୀତି ସହିତ ପାଳନ ହୋଇଯାଇଛି । ପ୍ରତି ବର୍ଷ ଭଳି ସହିମା ଅଲେଖ ବ୍ରହ୍ମଙ୍କ ଉଦେ୍ଦଶ୍ୟରେ ସକାଳୁ ଭକ୍ତମାନେ ସାମାଜିକ ଦୂରତା ରକ୍ଷାକରି ଦର୍ଶନ କରିଥିବା ବେଳେ ମାନସୀକଧାରୀମାନେ ସେମାନଙ୍କର ମାନସୀକ ପୂର୍ଣ୍ଣ କରିଥିଲେ ।

ଯେଉଁମାନଙ୍କର ମୁଣ୍ଡନ କାର୍ଯ୍ୟ ଥିଲା ତା ମଧ୍ୟ କରୋନା ମହାମାରୀର ସମସ୍ତ ପଦକ୍ଷପେକୁ ମାନି ସଂପର୍ଣ୍ଣ କରିଥିଲେ । ମହିମା ଧାମ ପରିଚାଳନା କମିଟିର ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ ଓ ଅନ୍ୟାନ୍ୟ ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା ପ୍ରତି ସବୁବେଳେ ଦୃଷ୍ଟି ଦେଇଥିଲେ ।

ଭକ୍ତମାନଙ୍କୁ ମାସ୍କ ପିନ୍ଧିବାକୁ ପ୍ରବର୍ତାଇବା ସହ ଯେଉଁମାନେ ମାସ୍କ ନ ପିନ୍ଧି ଆସୁଥିଲେ ତାଙ୍କୁ ପରିଚାଳନା କମିଟି ପକ୍ଷରୁ ମାସ୍କ ପ୍ରଦାନ କରାଯାଉଥିଲା । ସଂଧାରେ ଜଗତ କଲ୍ୟାଣ ପାଇଁ ଝାଡ ବତୀ ପ୍ରଜ୍ଜୋଳନ କରାଯାଇଥିଲା ଓ ସାମାଜିକ ଦୂରତା ମଧ୍ୟରେ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ପୂର୍ଣ୍ଣମୀ ଦିନ ସଂଧ୍ୟାରେ ପ୍ରତିବର୍ଷ ଭଳି କରା ଯାଉଥିବା ନଗର ପରିକ୍ରମାକୁ ମନ୍ଦିର ପରିସର ସଧ୍ୟରେ କମ ସଂଖ୍ୟକ ଭକ୍ତ ଦ୍ୱାରା ଶେଷ କରାଯାଇଥିଲା ।

ସମସ୍ତ କାର୍ଯ୍ୟକୁ ସୁ ସଂଗଠିତ ଭାବରେ ଶୃଙ୍ଖଳାର ସହ ସମାହିତ ହୋଇଥିବାରୁ ପରିଚାଳନା କମିଟି ପକ୍ଷରୁ ଭକ୍ତମାନଙ୍କୁ ସେମାନଙ୍କର ଧର୍ଯ୍ୟ ଓ ସହେଯାଗ ପାଇଁ ଧନ୍ୟବାଦ ପ୍ରଦାନ କରିବା ସହ କୃତଜ୍ଞତା ଜଣାଇଛନ୍ତିା

Leave A Reply