ବନ୍ତଳା: ଭୟଙ୍କର ମହାମାରୀ କରୋନା ସମଗ୍ର ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଏହି ମହାମାରୀ ରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ସ୍ତରରେ ଏହାର ପ୍ରତିରକ୍ଷା ନିମନ୍ତେ ସଚେତନ କରାଯାଉଛି । ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା, ମାକ୍ସ ପିନ୍ଧିବା ଦ୍ୱାରା କରୋନା ଜୀବାଣୁ କୁ ହରାଇ ପାରିବା ବୋଲି ସରକାର ଘୋଷଣା କରିବା ପରେ ଲୋକ ମାନେ ସଚେତନ ହୋଇଛନ୍ତି ।
ଅନୁଗୁଳ ଜିଲ୍ଲା ବନ୍ତଳା ଅଚଂଳର ଓଡିଶା ମୋଟର ଚାଳକ ସଂଘ, ଅନୁଗୁଳ ଜିଲ୍ଲା ବନ୍ତଳା ଶାଖା କର୍ମକର୍ତା ମାନେ ଅନୁଗୁଳ ମୋଟର ଚାଳକ ସଂଘ ସଭାପତି ଅକ୍ଷୟ କୁମାର ନାଏକଙ୍କ ନେତୃତ୍ୱରେ ସକାଳ ୯ଘଟିକା ସମୟରେ ବନ୍ତଳା ଛକ ଠାରେ ୮୦୦ ଶହ ମାକ୍ସ ବଟଂନ କରିବା ସହ ଲୋକ ମାନଙ୍କୁ ହ୍ୟାଣ୍ଡ ସାନିଟାଇଜର ଓ ସାମାଜିକ ଦୂରତା କିପରି ରକ୍ଷା କରାଯାଇ ପାରିବ ସଚେତନତା କରିଥିଲେ ।
ଆଗାମୀ ଦିନରେ ଏହିପରି କାର୍ଯ୍ୟ ଜାରି ରହିବ ବୋଲି ବନ୍ତଳା ମୋଟର ଚାଳକ ସଂଘ ସଭାପତି ତାପସ ଦେହୁରୀ ଓ ସମ୍ପାଦକ ଅକ୍ଷୟ ବିଶ୍ୱାଳ କହିଛନ୍ତି । ଲକ୍ ଡାଉନ୍ ଚାଲିଥିବା ବେଳେ ହାତ ବାନ୍ଧି ବସିଛନ୍ତି ଡ୍ରାଇଭର ମାନେ କିନ୍ତୁ ନିଜ କଥା ନ ଭାବି କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ତାଙ୍କର ଏହି ଛୋଟିଆ ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି ।