ମଥୁରା ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ର ରେ ଅଛନ୍ତି ୧୭୦ ଜଣ ପ୍ରବାସୀ ଓଡ଼ିଆ,ସପ୍ତାହରେ ୪ ଦିନ ଦିଆଯାଉଛି ଅଣ୍ଡା, ମାଛ, ଚିକେନ୍
ଖଲ୍ଲିକୋଟ–୨/୬–ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ମଥୁରା ପଞ୍ଚାୟତ ର ସଙ୍ଗରୋଧ କେନ୍ଦ୍ର ଗୁଡ଼ିକରେ ୧୭୦ ଜଣ ପ୍ରବାସୀ ଓଡ଼ିଆ ରହିଥିବା ଜଣାପଡିଛି ।ଏହି ପଞ୍ଚାୟତ ରେ ମୋଟ ୪୪୦ ଜଣ ପ୍ରବାସୀ ସଙ୍ଗରୋଧ କେନ୍ଦ୍ର ରେ ରହିଥିବା ବେଳେ ୨୭୦ ଜଣ ସଙ୍ଗରୋଧ ଅବଧି ଶେଷ କରି ଘରକୁ ଫେରିଯାଇଛନ୍ତି ।ମଥୁରା ରେ ଦୁଇ ଟି ସଙ୍ଗରୋଧ କେନ୍ଦ୍ର ହୋଇଥିବା ବେଳେ ପଞ୍ଚାୟତ ର ଏନ.ବ୍ରହ୍ମପୁର, ସୋଲବନ୍ଧ,ଦହଁର, ଭରସା, ଗୋଲା ମଥୁରା, ସିଧାପଲ୍ଲୀ ପ୍ରଭୃତି ୮ ଗୋଟି ସଙ୍ଗରୋଧ କେନ୍ଦ୍ର ରେ ବର୍ତ୍ତମାନ ୧୭୦ ଜଣ ପ୍ରବାସୀ ଓଡ଼ିଆ ରହୁଛନ୍ତି ।
ଏମାନଙ୍କ ମଧ୍ୟରେ ୮ଜଣ ମହିଳା ଓ ୬ ଜଣ ଶିଶୁ ରହିଛନ୍ତି ।ଏମାନେ ସୁରଟ ଓ ଆନ୍ଧ୍ରର ବିଭିନ୍ନ ସ୍ଥାନରୁ ଫେରିଛନ୍ତି ।ଅନ୍ତେବାସୀ ଙ୍କ ସମ୍ପୁର୍ଣ୍ଣ ଦାୟିତ୍ତ୍ୱ ନେଇଛନ୍ତି ସରପଞ୍ଚ ରଶ୍ମିତା କୁମାରୀ ଜେନା ।ସରପଞ୍ଚ ଙ୍କୁ ସହାୟତା କରୁଛନ୍ତି ସମିଟିସଭ୍ୟ ସନ୍ତୋସିନୀ ପାତ୍ର, ପି ଇ ଓ କୃଷ୍ଣଚନ୍ଦ୍ର ପଣ୍ଡା ।ସରପଞ୍ଚ ପ୍ରତିନିଧି ପ୍ରଦୀପ କୁମାର ଜେନା ଙ୍କ ନେତୃତ୍ୱରେ ଅନାଥ ସାହୁ, ପୂର୍ଣ୍ଣ ଚନ୍ଦ୍ର ପାତ୍ର, ପୂର୍ଣ୍ଣ ଚନ୍ଦ୍ର ଡାକୁଆ ଙ୍କ ସମେତ ୨୦ ଜଣ ସ୍ବେଚ୍ଛାସେବୀ ଅନ୍ତେବାସୀ ଙ୍କ ସେବାରେ ନିୟୋଜିତ ଅଛନ୍ତି ।ଏମାନେ ସଙ୍ଗରୋଧ କେନ୍ଦ୍ର ର ପରିବେଶ ପରିଚ୍ଛନ୍ନତା ପ୍ରତି ସମ୍ପୁର୍ଣ୍ଣ ଧ୍ୟାନ ଦେବା ସହ ଅନ୍ତେବାସୀ ଙ୍କ ସୁବିଧା ଅସୁବିଧା ବୁଝୁଛନ୍ତି ।ଅନ୍ତେବାସୀ ଙ୍କୁ ସପ୍ତାହରେ ଚାରି ଦିନ ଅଣ୍ଡା, ମାଛ, ଚିକେନ୍ ଖାଇବା କୁ ଦିଆଯାଉଥିବା ବେଳେ ଅନ୍ୟ ତିନି ଦିନ ନିରାମିଷ ଦିଆଯାଉଛି ।ପ୍ରତିଦିନ ଖେଳ ଶିକ୍ଷକ ସୁବାଷ ଚନ୍ଦ୍ର ସାହୁ ଅନ୍ତେବାସୀ ଙ୍କୁ ଯୋଗ ଶିକ୍ଷା ଦେଉଛନ୍ତି ।
