ଆର,ଉଦୟଗିରି : ଗଜପତି ଜିଲ୍ଲାର ଆର,ଉଦୟଗିରି ଓ ନୁଆଗଡ ବ୍ଲକ ଅଞ୍ଚଳରେ ବିଦ୍ୟୁତ୍ କାଟ୍ ସମସ୍ୟାରୁ ମୁକୁଳିବେ କେବେ ଅଞ୍ଚଳରବାସୀ । ରାଜ୍ୟ ସରକାରଙ୍କ ନିଦ୍ଦେଶ ଯେ କୌଣସି ସ୍ଥାନରେ ବିଦ୍ୟୁତ୍ କାଟ୍ ହେବନାହିଁ ବୋଲି ଘୋଷଣା ନାମକୁ ମାତ୍ର ଜିଲ୍ଲାର ଅର,ଉଦୟଗିରି ଓ ନୁଆଗଡ ବ୍ଲକ ଅଞ୍ଚଳରେ ବର୍ଷ ତମାମ ବିଦ୍ୟୁତ୍ କାଟ୍ ରକ୍ଷା ମିଳୁନି ।
ଆର,ଉଦୟଗିରି ବ୍ଲକର ମହେନ୍ଦ୍ରଗଡ,ସିଆଲିଲଟି,ଛେଳାଗଡ , ରଣାଲଇ,ଗଡର, ଛେଳିଗଡ, ରଣ୍ଡିବା, ପରିସଲ, ରାମଗିରି, ତବାରସିଂ, ଅନଗାଁ, ମଙ୍ଗରାଜପୁର , ଆର,ଉଦୟଗିରି, ପାରିଭେଟା, ବସ୍ତିଗୁଡା ଓ ନୁଆଗଡ ବ୍ଲକର ବେତରସିଂ, ପୁଟୁରୁପଡା, ଖଜୁରୀପଦା, ବଡପଦା, କେ. ଝାଲରସିଂ,ନୁଆଗଡ, କେରେଡାଙ୍ଗ, ଲୁହାଙ୍ଗର, ପି. ଅନ୍ତରଡା,ଶରଳାପଦର,ପରିମଳ, ଉଦପୁରୁ, ଏନ. ଝାଲରସିଂ, ସମ୍ବଲପୁର, ଅନୁଗୁରୁ , କୀରାମା , ସୁନ୍ଦରଡାଙ୍ଗ ସହ ଅନ୍ୟ ଗ୍ରାମରେ ବର୍ଷ ତମାମ ବିଦ୍ୟୁତ୍ କାଟ୍ କରାଯାଇଛି। ପ୍ରତି ଭୋର ୫ଟାରୁ ପ୍ରତି ଘଣ୍ଟାକୁ ୩୦ରୁ ୪୦ ମିନିଟ୍ ବିଦ୍ୟୁତ୍ କାଟ୍ ଦ୍ବାରା ଗ୍ରାହକ ତଥା ବ୍ୟାବସାୟ ,ବ୍ୟାଙ୍କ ,ବ୍ଲକ, ତହସିଲି ଅଫିସ ଓ ପିଲାମାନଙ୍କ ପାଠପଢାରେ ଅସୁବିଧା ହେଉଛି ।
ଏନେଇ ବିଦ୍ୟୁତ୍ ବିଭାଗର ଯନ୍ତା ଏବଂ କର୍ମଚାରୀଙ୍କୁ ପଚାରୀଲେ ଆମେ ବିଦ୍ୟୁତ୍ କାଟୁନୁ ମୋହନାର ଗିକୋ (GIDICO) କାଟୁଛି ଆମେ କଣ କରିବୁ କେତେବେଳେ ୩୩ କେଭିର ବ୍ରକ୍ ଡାଉନ୍ ହୋଇଛି ବୋଲି କହନ୍ତି । ନୁଆଗଡ ଗ୍ରାମରେ ବିଦ୍ୟୁତ୍ କଟିଲେ ବିଏସଏନ୍ଏଲ୍ ଟାଓ୍ବାର କଟିଯାଉଛି ଯାହାଫଳରେ ବ୍ଲକ ଓ ତହସିଲି ଅଫିସରେ କାରିବାରେ ବାଧାପ୍ରତ ହେଉଛି । ଯେଉଁ ସମୟ ବିଦ୍ୟୁତ୍ ରହୁଛି ଅତି ଲୋଭଟେଜ ରହୁଛି ଖରାଦିନ ଫେନ୍ଗୁଡିକ ଅତିସୋଲରେ ବୁଲୁଛି । ଆର,ଉଦୟଗିରି ସବ୍ଡିଜନ ଅଧିନରେ ନୁଆଗଡ ବ୍ଲକର ବଡପଦା ଗ୍ରାମରେ SECTION ଅଫିସ ରହିଛି ଏବଂ ଅନ୍ୟଟି ଆର,ଉଦୟଗିରିରେ ରହିଛି। ବଡପଦା SECTION ଅଫିସରେ ଦୀଘ୍ର ବର୍ଷ ହେଲା କନିଷ୍ଠ ଯନ୍ତୀ ପଦବୀ ଖାଲି ପଡିଛି । ଏହାର ଦାୟତ୍ବରେ ଆର,ଉଦୟଗିରି ସହକାରୀ ଯନ୍ତୀ ଦାୟିତ୍ବରେ ଅଛନ୍ତି ।
ଏହି ଦୁଇଟି ଦାୟତ୍ବ ତୁଲାଇବାରେ ତାଙ୍କୁ ଅସୁବିଧା ହେଉଛି । ବଡପଦା ଇଲେଟିରି ଅଫିସରେ କାହାକୁ ନ ଦେଖି ନିରାଶରେ ଫେରନ୍ତି । ସେହି ପରି ଆର,ଉଦୟଗିରି ଅଫିସରେ ଯନ୍ତୀ ଥାଇ ମଧ୍ୟ ସମଦସା ଯାଗିଛି । ଏହି ବିଭାଗର କନିଷ୍ଠଯନ୍ତୀ ସବୁବେଳେ ଅନୁଉପସ୍ଥିତ ରହୁଛନ୍ତି । ଯେଉଁ ସମୟରେ ଅଫିସ ନରହି ସେ ସବୁବେଳେ ଅଫିସ ଠାରୁ ୩କଲୋ ମିଟରଥିବା ଟିକାମାଳ ଗ୍ରାମର ଥିବା ବିଦ୍ୟୁତ୍ ବିଭାଗର STRUCTURE ଘରେ ରହିନ୍ତି । ଏହି ଅଞ୍ଚଳର ଲୋକମାନେ ନିଜନିଜ ସମସ୍ୟା ନ ଜଣାଇପାରୀ ନିରାଶରେ ଫେରନ୍ତି । ସାଧାରଣରେ ଚର୍ଚା ହେଉଛି ଯେ ବିଦ୍ୟୁତ୍ ବିଳି ନ ବାନ୍ଧିଲେ ବିଦ୍ୟୁତ୍ର ଅଧିକାରୀମାନେ ବିଦ୍ୟୁତ୍ କାଟି ଦେଉଛନ୍ତି ମାତ୍ର ବିଦ୍ୟୁତ୍ କାଟ୍ ବନ୍ଦ ହେଉନି । ଏନେଇ ବିଦ୍ୟୁତ୍ ବିଭାଗର ମନ୍ତ୍ରୀ ଏବଂ ଉର୍ଚ କୃତ୍ତପର୍ଯ୍ୟରୁ ଧନ୍ୟଦେଇ ବିଦ୍ୟୁତ୍ କାଟ୍ ବନ୍ଦ କରିବା ସହ ଅନ୍ୟ ସମସ୍ତ ଉପରେ ଧ୍ୟନ୍ ଦେବାକୁ ଦାବି ହେଉଛି । ନୁଆଗଡ ଗ୍ରାମରେ ବିଦ୍ୟୁତ୍ ଲାଇନ୍ମେନ୍ ଅରାଜତା ବନ୍ଦ କରିବାକୁ ଦାବି ହେଉଛି ।