Odisha news

ଖରିଫ୍‍ କାର୍ଯ୍ୟକ୍ରମ ୨୦୨୦ ରାଜ୍ୟସ୍ତରୀୟ ବୈଠକ କୋଭିଡ୍‍-୧୯ ପରିପ୍ରେକ୍ଷୀରେ କୃଷି କାର୍ଯ୍ୟକୁ କ୍ରିୟାଶୀଳ କରାଯିବ : ମନ୍ତ୍ରୀ ଡ. ସାହୁ

0

ଭୁବନେଶ୍ୱର, ୧୮ ମଇ, ୨୦୨୦ : କୃଷି ରାଜ୍ୟ ଅର୍ଥନୀତିର ମୂଳ ଆଧାର ହୋଇଥିବାରୁ ଏବଂ ରାଜ୍ୟର ଏକ ବୃହତ୍‍ ଲୋକସଂଖ୍ୟା କୃଷି ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡ଼ିତ ଥିବାରୁ କୋଭିଡ୍‍-୧୯ ପରି ଏକ ଅସ୍ୱାଭାବିକ ପରିସ୍ଥିତିରେ କୃଷି କାର୍ଯ୍ୟକୁ ଆଗେଇ ନେବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

ଚଳିତ ୨୦୨୦ ବର୍ଷର ରାଜ୍ୟରେ ଖରିଫ୍‍ କାର୍ଯ୍ୟକ୍ରମର ଖସଡ଼ା ପ୍ରସ୍ତୁତ କରିବା ପାଇଁ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନଠାରେ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ଭିଡ଼ିଓ କନ୍‍ଫରେନ୍ସ ମାଧ୍ୟମରେ କୃଷି ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକ୍‍ସ୍ତରୀୟ ଅଧିକାରୀମାନେ ଏହି ବୈଠକରେ ଯୋଗଦାନ କରିଥିଲୋ କୋଭିଡ୍‍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଦେଶ ସମେତ ସାରା ରାଜ୍ୟରେ ଲକ୍‍ ଡାଉନ୍‍ ପରିସ୍ଥିତିରେ କୃଷି କ୍ଷେତ୍ରକୁ କି୍ରୟାଶୀଳ କରିବା ପାଇଁ ଉପଯୁକ୍ତ ଫସଲ ଯୋଜନା ସହ କୃଷି ସଂପ୍ରସାରଣ ଓ ସଠିକ୍‍ ବଜାର ସଂଯୋଗୀକରଣ ପାଇଁ ଗୁରୁତ୍ୱ ଦେଇ ଖରିଫ୍‍ ଚାଷ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲୋ ରାଜ୍ୟରେ ପ୍ରାୟ ୭୦ ଭାଗ ଲୋକ ଜୀବିକା ଉପାର୍ଜନ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷରେ କୃଷି ଉପରେ ନିର୍ଭର କରିଥିବାରୁ ଏହି ଆପଦକାଳୀନ ସ୍ଥିତିରେ କୃଷି ହିଁ ଏକମାତ୍ର ଆଲୋକର ଶିଖା ରୂପେ ଦେଖାଦେଇଛି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତିା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ୫ “ଟି’ ଆଧାରରେ ସମସ୍ତ ପ୍ରକାରର କୃଷିକାର୍ଯ୍ୟ ଆଗେଇନେବା ସହିତ କୌଣସି ପ୍ରକାର ଅପ୍ରତ୍ୟାଶିତ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବା ପାଇଁ କହିଛନ୍ତିା ଚାଷୀମାନଙ୍କ ନିକଟରେ ପହଞ୍ଚିବା ପାଇଁ ସୋସିଆଲ୍‍ ମିଡ଼ିଆ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହୋଇଥିବାରୁ ପ୍ରତ୍ୟେକ ପଞ୍ଚାୟତରେ ୧୦୦ରୁ ୨୦୦ କୃଷକଙ୍କୁ ନେଇ ହ୍ୱାଟସ୍‍ଆପ୍‍ ଗ୍ରୁପ୍‍ ଗଠନ କରାଯାଇଛିା କୃଷି ସମ୍ବନ୍ଧୀୟ ସୂଚନା, ବିଭାଗୀୟ ବାର୍ତ୍ତା ଓ ପରାମର୍ଶ ତଥା ଭିଡ଼ିଓ କ୍ଲିପ୍‍ ମାଧ୍ୟମରେ ଚାଷୀମାନଙ୍କୁ ଆବଶ୍ୟକୀୟ ସୂଚନା ଦିଆଯାଉଛି ବୋଲି ମନ୍ତ୍ରୀ ଡ. ସାହୁ ପ୍ରକାଶ କରିଛନ୍ତିା

ଚଳିତ ଖରିଫ୍‍ରେ ମୋଟ ୯୬ ଲକ୍ଷ ଟନ୍‍ ଖାଦ୍ୟଶସ୍ୟ ଉତ୍ପାଦନର ଲକ୍ଷ୍ୟ ରଖାଯାଇଛିା ଖରିଫ୍‍ ଋତୁରେ ଆମ ରାଜ୍ୟରେ ୬୧.୮୦ ଲକ୍ଷ ହେକଫର ଜମିରେ ବିଭିନ୍ନ ଫସଲ ଚାଷ ହୋଇଥାଏା ସେଥି ମଧ୍ୟରୁ ମୁଖ୍ୟ ଫସଲ ଧାନ ୩୬.୫୦ ଲକ୍ଷ ହେକଫରରେ ଚାଷ କରାଯିବା ପାଇଁ ଯୋଜନା ରହିଛିା ଅନ୍ୟ ମୁଖ୍ୟ ଫସଲ ହିସାବରେ ମୁଗ, ବିରି ଓ ହରଡ଼ ଆଦି ଡାଲିଜାତୀୟ ଫସଲ ୮ ଲକ୍ଷ ହେକଫରରେ ଚାଷ କରାଯିବା ରାଶି, ଚିନାବାଦାମ ଭଳି ତୈଳବୀଜ ଫସଲ ୩.୮୧ ଲକ୍ଷ ହେକଫରରେ ଚାଷ କରାଯିବ ବୋଲି ଲକ୍ଷ୍ୟଧାର୍ଯ୍ୟ କରାଯାଇଛିା ମକା ଫସଲ ଉଚ୍ଚ ଜମିରେ ଏକ ପ୍ରମୁଖ ଫସଲ ଏବଂ ଏହା ୨.୭୦ ଲକ୍ଷ ହେକଫରରେ ଚାଷ ହେବା ପାଇଁ ଲକ୍ଷ୍ୟ ରଖାଯାଇଛିା କପା ମଧ୍ୟ ଉଚ୍ଚ ଜମିରେ ଏକ ଲାଭଜନକ ଫସଲ ଏବଂ ଚଳିତ ବର୍ଷ ୧.୮୦ ଲକ୍ଷ ହେକଫର ଜମିରେ କପା ଚାଷ କାର୍ଯ୍ୟକ୍ରମ ରହିଛିା ସେହିଭଳି ବିଭିନ୍ନ ପନିପରିବା ୫.୬୦ ଲକ୍ଷ ହେକଫରରେ ଚାଷ ହେବାର ଲକ୍ଷ୍ୟ ରହିଛିା ଓଡ଼ିଶାରେ ଚଳିତ ଖରିଫ୍‍ ଋତୁରେ ୪.୫ ଲକ୍ଷ କ୍ୱିଣ୍ଟାଲ୍‍ ଧାନ ବିହନ ଓ ୧.୦୭ ଲକ୍ଷ କ୍ୱିଣ୍ଟାଲ ଅନ୍ୟାନ୍ୟ ବିହନ ଉତ୍ପାଦନ ଓ ଯୋଗାଣ ଲକ୍ଷ୍ୟ ରହିଛିା ଫଳ, ପନିପରିବା ଓ ଫୁଲ ଚାଷ ଭଳି ଅର୍ଥକାରୀ ଫସଲ ଚାଷ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛିା

ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଉଭୟ ଋଣୀ ଓ ଅଣଋଣୀ କୃଷକମାନଙ୍କ ପାଇଁ ଇଚ୍ଛାଧୀନ କରାଯାଇଛିା ଚଳିତ ଖରିଫ୍‍ ଋତୁରେ ୧୦ ଲକ୍ଷ ଅଣଋଣୀ କୃଷକଙ୍କ ସମେତ ସମୁଦାୟ ୨୫ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରିବା ସହିତ ଫସଲ ଆୟତନର ଶତକଡ଼ା ୪୦ ଭାଗ ବୀମାଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛିା ଗତବର୍ଷ ଖରିଫ୍‍ ଋତୁରେ ୭୩୩୦.୫୬ କୋଟି ଟଙ୍କାର ଫସଲ ଋଣ ୧୭ ଲକ୍ଷ ୯୧ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବାବେଳେ ଚଳିତ ୨୦୨୦ ଖରିଫ୍‍ ଋତୁରେ ୭୫୦୦ କୋଟି ଟଙ୍କାର ଫସଲ ଋଣ ଚାଷୀମାନଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖାଯାଇଛି ବୋଲି ବୈଠକରେ ପ୍ରକାଶା ଏହି ଅବସରରେ ମନ୍ତ୍ରୀ ଡ. ସାହୁ “ଖରିଫ୍‍ କାର୍ଯ୍ୟକ୍ରମ-୨୦୨୦’ ପୁସ୍ତିକା ଉନ୍ମୋଚନ କରିଥିଲୋ
ବୈଠକରେ ଉନ୍ନୟନ କମିଶନର ତଥା କୃଷି ଉତ୍ପାଦନ କମିଶନର ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଫସଲ ପର୍ଯ୍ୟାୟ ପରିବର୍ତ୍ତନରେ ଅର୍ଥକରୀ ଓ ଉଦ୍ୟାନଭିତ୍ତିକ ଫସଲକୁ ଗୁରୁତ୍ୱ ଦେବା ସହ ଜୈବିକ ଓ ସମନ୍ୱିତ କୃଷି ପ୍ରଣାଳୀକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି କହିବା ସହିତ ସେଚଜଳର ସଠିକ ଓ ଉପଯୁକ୍ତ ବ୍ୟବହାର ପାଇଁ ଅଣୁ ଜଳସେଚନକୁ ପ୍ରୋତ୍ସାହିତ କରିବା ଗୁରୁତ୍ୱ ଦେଇଥିଲେ ।

ଫସଲରେ କୀଟ, ରୋଗପୋକ ପରିଚାଳନା ପାଇଁ ଇ-ସର୍ବେକ୍ଷଣ ଆଧାରିତ ସମନ୍ୱିତ କୀଟ ରୋଗପୋକ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡଃ. ସୌରଭ ଗର୍ଗ କହିଛନ୍ତିା ଏଥି ସହିତ ଖରିଫ ଫସଲ ନିମନ୍ତେ ପର୍ଯ୍ୟାପ୍ତ ପରିମାଣରେ ବିହନ, ସାର ଓ କୀଟନାଶକ ଯେପରି ଚାଷୀମାନେ ସହଜରେ ପାଇପାରିବେ ସେଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି ।

ବୈଠକରେ ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେନ୍ଦ୍ର କୁମାର, ଖାଦ୍ୟ ଯୋଗଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ଡ. ପବନ କୁମାର ଅଗ୍ରଓ୍ୱାଲ୍‍, କୃଷି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍‍. ମୁଥୁକୁମାର, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ଶ୍ରୀ ହେମନ୍ତ କୁମାର ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

Leave A Reply