Odisha news

ରଣପୁର ରେ ସଟଡାଉନ ର ପ୍ରଭାବ ରାସ୍ତାଘାଟ ଜନଶୁନ୍ୟ

0

ରଣପୁର(ସ.ବୁ୍ୟ)/୦୬/୦୬-ସାରା ବିଶ୍ୱ କରୋନା ଭାଇରସ ପ୍ରକୋପରେ ଭୟଭୀତ ଅବସ୍ଥାରେ ଥିବାବେଳେ ସାରା ଭାରତରେ ଦୁଇ ମାସରୁ ଉଦ୍ଧ୍ୱର୍ଦିନ ଧରି ପର୍ଯ୍ୟାୟକ୍ରମେ ଲକ୍ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ରାଜ୍ୟର ୧୧ଟି ଜିଲ୍ଲାକୁ ପ୍ରତି ସପ୍ତାହକୁ ଦୁଇଦିନ ଯଥା ଶନିବାର ଓ ରବିବାର ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ଜିଲ୍ଲା ମଧ୍ୟରେ ନୟାଗଡ ଜିଲ୍ଲା ରହିଥିବା ବେଳେ ଏହି ସଟ୍ଡାଉନ୍ ପ୍ରଭାବରେ ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଦେଖିବାକୁ ମିଳିଛି । ଗତକାଲି ରାତି ୯ଟା ଠାରୁ ଶନିବାର ଦିନ ତମାମ ରାସ୍ତା ଘାଟ ଜନଶୁନ୍ୟ ଥିବାବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା ।

କେବଳ ଔଷଧ ଦୋକାନ କୁ ଛାଡିଦେଲେ ଅନ୍ୟ କୌଣସି ଦୋକାନ ଖୋଲା ନଥିଲା । ରଣପୁର ପୋଲିସ ପକ୍ଷରୁ ବିଭିନ୍ନ ଯାଗାରେ ଚେକ୍ ପୋଷ୍ଟ କରାଯାଇଥିଲା । ଏବଂ ୧୪୯ରେ ଏକ କେଶ୍ ଋଜୁ କରାଯାଇ ବିନା କାରଣରେ ବାହାରେ ବୁଲୁଥିବା ୮ଜଣ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ୪ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇ ୬ଟି ବାଇକ୍ ଜବତ କରାଯାଇଛି ଓ ବିନା କାରଣରେ ଘରୁ ନ ବାହାରିବା ପାଇଁ ସଚେତନ କରାଯାଉଥିବା ଦେଖିବାକୁ ମିଳିଥିଲା । ଗତକାଲି ନୟାଗଡ ଜିଲ୍ଲାରେ ଆଉ ୭ କରୋନା ପଜେଟିଭ ବାହାରିଥିବାରୁ ସ୍ଥାନିୟ ଜନସାଧାରଣଙ୍କ ମନରେ କରୋନାକୁ ନେଇ ଭୟର ବାତାବରଣ ଦେଖାଦେଇଛି ।

Nalco

Leave A Reply