Odisha news

ଛତ୍ରପୁର ସହରରେ ସଟ୍ ଡାଉନ ପ୍ରଭାବ

0

ଛତ୍ରପୁର ୬/୬; ଦେଶ ଓ ରାଜ୍ୟ ରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି । ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କ ସୁରକ୍ଷା ନିମନ୍ତେ ଏବଂ ଲୋକମାନେ କିପରୀ କରୋନା ରୁ ଦୂରେଇ ରହି ପାରିବେ ସେଥି ନିମନ୍ତେ କାର୍ଯ୍ୟ କରୁଛନ୍ତି । ଏହାସହ ପଞ୍ଚମ ପର୍ଯ୍ୟାୟ ଲକ୍ ଡାଉନ ଚାଲିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ନୀୟମ ଲାଗୁ କରାଯାଇଛି । ଜୁନ ମାସ ଅତି ଗୁରୁତ୍ୱପୂର୍ଣ୍ଣ ରହିଥିବା ରୁ ଏଥିପାଇଁ ସରକାର ସପ୍ତାହରେ ୨ଦିନ ଶନି ଓ ରବିବାର ସଟ୍ ଡାଉନ ଘୋଷଣା କରିଛନ୍ତି ।

ଏହାକୁ ଗଂଜାମ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଲୋକଙ୍କ ସୁରକ୍ଷା ନିମନ୍ତେ ଲୋକଙ୍କୁ ସଚେତନ କରିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଉଛି । ତେବେ ଏହି ସଟ୍ ଡାଉନର ପ୍ରଭାବ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ପଡିଥିବା ଜଣାପଡିଛି । ଦୋକାନ ବଜାର ବନ୍ଦ ଥିବା ବେଳେ ରାସ୍ତାଘାଟ ପୂରା ଶୂନଶାନ ରହିଥିବା ଦେଖିବାକୁ ମିଳିଛି । ଏନେଇ ଆଜି ସକାଳୁ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌.ଗଣେଷ ବାବୁ, ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ ଓ ଛତ୍ରପୁର ଏନଏସିର ଯୁଗଳ କିଶୋର ଦାସ ଓ ଏସ.ଦାଲେୟା ରେଡ୍ଡୀଙ୍କ ସମେତ ବହୁ କର୍ମଚାରୀ ମାନେ ଛତ୍ରପୁର ସହର ଓ ଆଖପାଖ ଅଂଚଳ ବୁଲି ତଦାରଖ କରିଥିଲେ ।

Nalco

Leave A Reply