Odisha news

ବୁଗୁଡ଼ାରେ ପ୍ରବାସୀ ଓଡିଆଙ୍କ ଭିଡ ବଢୁଛି

0

ବୁଗୁଡ଼ା :-୬/୬ ବୁଗୁଡ଼ା ବ୍ଲକ୍ ଓ ଏନ୍ଏସି କୁ ପ୍ରବାସୀ ଓଡିଆ ଶ୍ରମିକ ଙ୍କ ସୁଅ ଛୁଟିବାରେ ଲାଗିଛି। ଏହି ବ୍ଲକ୍ ପରିସରରେ ପ୍ରତ୍ୟହ ଦେଖିବାକୁ ମିଳୁଛି ଏତାଦୃଶ ଦୃଶ୍ୟ, ବହୁ ଶିକ୍ଷିତ ବର୍ଗ ର ମହିଳା ଓ ପୁରୁଷ ଛୋଟ ଛୋଟ ଶିଶୁଙ୍କୁ ଧରି ମଧ୍ୟ ଏଠାରେ ପାଲଟଣା ଗ୍ୟାରେଜ୍ ବାରଣ୍ଡାରେ ବସିଥିବା କିମ୍ବା ଇତସ୍ତତଃ ହେଉଥିବା ଦେଖାଯାଉଛି।

ଶନିବାର ସକାଳୁ ସକାଳୁ ବେଙ୍ଗଲୋର୍ ତାମିଲନାଡୁରୁ ପ୍ରବାସୀ ମାନେ ସପରିବାର ଏକ ବସ୍ ଯୋଗେ ଆସି ବୁଗୁଡ଼ା ବସଷ୍ଟାଣ୍ଡ ରେ ଓହ୍ଲାଇ ଥିବାବେଳେ ବେଳେ ଆଉ କିଛି ପ୍ରବାସୀ ଶ୍ରମିକ ଶିଶୁ ମନ୍ଦିର ଗେଟ୍ ସାମ୍ନାରେ ଆସି ବସ୍ ରୁ ଓହ୍ଲାଇବା ଦେଖାଯାଇଥିଲା, ଏଥିରେ ମହିଳା ଓ ଶିଶୁଙ୍କୁ ମଧ୍ଯ ଦେଖିବାକୁ ମିଳିଥିଲା, ବ୍ଲକ୍ କାର୍ଯ୍ୟାଳୟ ଠାରୁ ପ୍ରାୟ ଏକକି.ମି ଦୂର ନୂଆ ବସଷ୍ଟାଣ୍ଡ ରୁ ବେଙ୍ଗଲୋର୍ ଶ୍ରମିକ ମାନଙ୍କୁ ଆଣିଥିବା ବସ୍ ଓହ୍ଲାଇ ପୋଲସରା ପଳାଇଯିବା ପରେ, ସମସ୍ତ ଶ୍ରମିକ ବାଧ୍ଯ ହୋଇ ନିଜ ନିଜର ବ୍ୟାଗ୍ ପ୍ରଭୃତିର ବୋଟ୍ ବୋହି ଧାଡ଼ି ବାନ୍ଧି ବ୍ଲକ୍ ପରିସରକୁ ଆସିପହଞ୍ଚିବାର ଦୁଃଖଦ ଦୃଶ୍ୟ ସମସ୍ତଙ୍କୁ ମର୍ମାହତ କରିଥିଲା।

Leave A Reply