କୋଦଳା : କରୋନା ମୁକାବିଲା ନେଇ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ କ୍ରମେ ଆଜିଠାରୁ ଗଂଜାମ ଜିଲ୍ଲାରେ ଦୁଇ ଦିନିଆ ସଟ୍ ଡାଉନ୍ କରାଯାଇଛି। ଏହି ପରିପ୍ରେକ୍ଷୀରେ କୋଦଳା ଏନଏସି ଓ ବେଗୁନିଆପଡ଼ାରେ ସଟ୍ ଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି । ପଜିଟିଭ୍ ଦୃଷ୍ଟିରେ ରଖି ସରକାର ନୂତନ ଗାଇଡଲାଇନ୍ କରିଛନ୍ତି । ଜୁନ୍ ମାସରେ ଅଧିକ ସତର୍କ ରହିବା ପାଇଁ ରାଜ୍ୟ ସରକାର ଅନେକଗୁଡିଏ ନିୟମ ପ୍ରଣୟନ କରାଯାଇଛି । ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଳାରେ ଜୁନ୍ ମାସ ସାରା ସପ୍ତାହକୁ ଦୁଇଦିନ ସଟ୍ ଡାଉନ୍ କରାଯିବ ।
ପ୍ରତି ଶନିବାର ଓ ରବିବାର ଦିନ ରାଜ୍ୟର ୧୧ଟି ଜିଲ୍ଲାକୁ ସଟ୍ଡାଉନ୍ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟ ଶାସନସଚିବ ।ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ ଓ ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ ବୋଲି ସୂଚନା ରହିଛି।କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳର ସବୁ ଦୋକାନ ବଜାର ବନ୍ଦ ରହିଥିଲା। ଏହି ସମୟରେ କୌଣସି ଅଫିସ୍ ମଧ୍ୟ ଖୋଲାଯାଇ ନଥିଲା ବେଳେ ରାସ୍ତାଘାଟ ଶୂନଶାନ ଦେଖିବାକୁ ମିଳିଥିଲା । ତେବେ ଔଷଧ ଦୋକାନ ଖୋଲା ରହିଥିଲା ଓ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଥିଲା। ପ୍ରତି ଛକରେ ପୋଲିସ ମୁତୟନ ରହି କଡାକଡି ଜାଞ୍ଚ୍ କରିବା ସହ ଲୋକଙ୍କୁ ଘରେ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଥିଲେ।