Odisha news

ଗ୍ୟାସ ସିଲିଣ୍ଡର ଫାଟି ଘର ଜଳିଗଲା , ଲିଭାଇବାକୁ ଯାଇ ଜଣେ ଆହତ

0

ବାସୁଦେବପୁର : ବାସୁଦେବପୁର ବ୍ଲକର ରୋଷେଇ ପାଇଁ ବ୍ୟବହୃତ ଗ୍ୟାସ ସିଲିଣ୍ଡର ରୋଷେଇ କରୁଥିବା ବେଳେ ରମେଶ ଚନ୍ଦ୍ର ସାହୁଙ୍କ ଘରେ ଏକ ଗ୍ୟାସ ସିଲିଣ୍ଡର ଫାଟି ନିଆଁରେ ଆଜବେଷ୍ଟ ଘର ଜଳିଯିବା ସହିତ ନିଆଁ ଲିଭାଇବାକୁ ଯାଇ ବଡ ଭାଇ ଆହତ ହୋଇ ଚିକିସିା ପାଇଁ ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ନଟିଆପାଳ ଗ୍ରାମର ରମେଶ ଚନ୍ଦ୍ର ସାହୁଙ୍କ ଘରେ ଏକ ଗ୍ୟାସ ସିଲିଣ୍ଡରେ ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍‍ ହୋଇ ଯାଇଥିଲା ।

ନିଆଁ ଲଗାଇବା କ୍ଷଣି ନିଆଁମୟ ହୋଇ ଯାଇଥିଲା । ଫଳରେ ଜୀବନ ବିକଳରେ ବାହାରକୁ ଆସି ଚିକିାର କରିବାରୁ ପାଟିଶୁଣି ବହୁ ଲୋକ ରୁଣ୍ଡ ହୋଇ ଯାଇଥିଲେ । ନିଆଁକୁ ଅୟତ୍ତ କରିଥିଲେ । ଗ୍ୟାସ ସିଲିଣ୍ଡର ଫାଟିବା ସମୟରେ ଏତେ ଭୟଙ୍କାର ଥିଲା ଯେ ଆଖପାଖ ଲୋକମାନେ ଭୟାନକ ଭୟଭିତ ହୋଇ ପଡିଥିଲେ । ନିଆଁକୁ ବାଲି ପକାଇ ଲିଭିବା ପାଇଁ ଆଗେଇ ଆସୁଥିବା ବେଳେ ରମେଶଙ୍କ ବଡ ଭାଇ ଗ୍ୟାସ ସିଲିଣ୍ଡର ଆବାଜ ଶୁଣି ପଡି ଯାଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଆଜବେଷ୍ଟ ଘରେ ନିଆଁ ଲାଗି ଯିବାରୁ ପୋଡି ହୋଇ ଯାଇଛି । ଆସବାପତ୍ର ପୋଡି ହୋଇ ଯାଇଛି

Nalco
Leave A Reply