Odisha news

ରଣପୁର : ଋଥ ନିର୍ମାଣ କାର୍ଯ୍ୟ ବିଳମ୍ବକୁ ନେଇ ତହସିଲ୍ଦାରଙ୍କୁ ଭେଟିଲେ ସାମ୍ବାଦିକ ସଙ୍ଘ

0

ରଣପୁର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ପରେ ପୁରୀ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ରାଜ୍ୟର ଅନ୍ୟ କେତେକ ଯାଗାରେ ମଧ୍ୟ ରଥ ନିର୍ମାଣ କାର୍ଯ୍ୟ ଚାଲୁଅଛି । କିନ୍ତୁ  ରଥଯାତ୍ରା ପାଖେଇ ଆସୁଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁରଠାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବା ଯୋଗୁଁ ରଣପୁର ସାମ୍ବାଦିକ ସଙ୍ଘର ସମସ୍ତ ସଦସ୍ୟ ବୁଧବାର ଦିନ ଦିବା ୧୨ ଘଟିକା ସମୟରେ ସ୍ଥାନୀୟ ପ୍ରଶାସନ ତହସିଲ୍ଦାରଙ୍କୁ ସାକ୍ଷାତ କରି ରଥ ନିର୍ମାଣ କାର୍ଯ୍ୟରେ ବିଳମ୍ବିତ କୁ ନେଇ ଆଲୋଚନା କରିଥିବା ଜଣା ପଡିଛି । ଏହି ଆଲୋଚନା ପରେ ତହସିଲ୍ଦାର କହିଛନ୍ତି ରଥ ନିର୍ମାଣ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନକୁ ଅନୁମତି ମଗା ଯାଇଛି ।

ଜିଲ୍ଲା ପ୍ରଶାସନ ଅନୁମତି ପ୍ରଦାନ କଲେ ନିର୍ମାଣ କାର୍ଯ୍ୟ ଆରମ୍ବ କରାଯିବ । ତେବେ ରଣପୁର ଜଗନ୍ନାଥ ମନ୍ଦିର ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ୧୩୬୩ ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ ୧୭୫୭ ମସିହାଠାରୁ ରଥଯାତ୍ରା ଅନୁଷ୍ଠିତ ହେଉଅଛି । ଏବଂ ପୁରୀ ଜଗନ୍ନାଥ ଙ୍କ ୧୬କଳା ମଧ୍ୟରୁ ରଣପୁରଠାରେ ୧କଳା ଥିବାର ବିଭିନ୍ନ ପୌରାଣିକ ତଥ୍ୟ ଅନୁସାରେ ପୁରାଣରେ ବର୍ଣ୍ଣିତ ଅଛି । ତେଣୁ ରଣପୁରକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଗଣିତ କରାଯାଉଛି ।

ତେଣୁ ଏହିଭଳି ଐତିହ୍ୟ ସମ୍ପର୍ଣ୍ଣ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହେତୁ ସାଧାରଣରେ ଅସନ୍ତୋଷ ଦେଖାଦେବା ସହ ବୁଦ୍ଧିଜିବୀ, ସମସ୍ତ ଅନୁଷ୍ଠାନିକ ବ୍ୟକ୍ତି ବିଶେଷ ଓ ଜଗନ୍ନାଥ ପ୍ରେମୀମାନେ ତୁରନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବି କରଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରଣପୁର ପ୍ରେସ୍ କ୍ଲବର ସଭାପତି ଶୁକାନ୍ତ ପଟ୍ଟନାୟକ, ସମ୍ପାଦକ ବ୍ରଜ ରଣସିଂ, କୋଷାଧକ୍ଷ କୃଷ୍ଣଚନ୍ଦ୍ର ଦାଶ ଓ ସମସ୍ତ ସାମ୍ବାଦିକ ରଥ ନିର୍ମାଣ କାର୍ଯ୍ୟ କରିବା ପାଇଁ ତହସି୍ଲଦାରଙ୍କୁ ଭେଟି ଆଲୋଚନା କରିଛନ୍ତି ।

Leave A Reply