Odisha news

ଆଗାମୀ ଭବିଷ୍ୟତ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଉପରେ ନିର୍ଭର କରେ : ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ

0

ଭୁବନେଶ୍ୱର, ତା.୨୨/୧୨/୨୦୨୦: ଭୁବନେଶ୍ୱରସ୍ଥିତ କଲେଜ ଅଫ୍‍ ଇଂଜିନିୟରିଂ ଓ ଟେକ୍‍ନୋଲୋଜି (ସିଇଟି) କ୍ୟାମ୍ପସ୍‍ ପରିସରରେ
ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଯୁବ ଗ୍ରାଜୁଏଟ୍‍ମାନଙ୍କୁ ତାଲିମ ଦେବା ପାଇଁ ଗତବର୍ଷ ଏକ ଉତ୍କର୍ଷ କେନ୍ଦ୍ର ସ୍ଥାପନ କରାଯାଇଥିଲାା ଆଜି ଏହି କେନ୍ଦ୍ରରୁ ୧୦ ଜଣ ଯୁବ ଇଂଜିନିୟର କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଛନ୍ତିା ଚଳିତ ବର୍ଷ ୩୦ ଜଣ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମର ସୁଯୋଗ ପାଇପାରିବୋ ଏହି ଲ୍ୟାବ୍‍ ସରକାରୀ ସଂସ୍ଥା, ସ୍ଥାନୀୟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକୁ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ସହାୟତା କରିବା ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲାା

ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ଯେ ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସର ପ୍ରଥମ ବ୍ୟାଚ୍‍ ଇନ୍‍ଟର୍ଣ୍ଣସ୍‍ ସିଇଟି ଭୁବନେଶ୍ୱରରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତିା ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ୱତନ୍ତ୍ର ଅଟୋ ଏଠାରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଏକ ଅଂଶ ଭାବେ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ,
ମେସିନ୍‍ ଲର୍ଣ୍ଣିଂ ପ୍ରଶିକ୍ଷଣ ପାଇ ଶିଳ୍ପ ସଂସ୍ଥାରେ ନିଜର ପ୍ରତିଭା ବିକଶିତ କରିପାରିବୋ ଭର୍ଚୁଆଲ୍‍ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ରାଜ୍ୟ ସରକାର, ଓଏସ୍‍ଡିଏ, ସିଇଟି ଏବଂ ବିପିୟୁଟିର ସହଯୋଗ ଯୋଗୁଁ ଆଜି ରାଜ୍ୟରେ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସି କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ ହୋଇପାରିଛିା ଏହା ରାଜ୍ୟ ପାଇଁ ନିଶ୍ଚିତ ଭାବେ ଗୌରବର ବିଷୟା ଆଗାମୀ ଭବିଷ୍ୟତ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଉପରେ ନିର୍ଭର କରୁଛିା ଏବେ ପ୍ରତ୍ୟେକ କ୍ଷେତ୍ରରେ ଏହାର ଗୁରୁତ୍ୱ ବୃଦ୍ଧି ପାଇବାରେ ଲାଗିଛିା

ଏହି ଉତ୍କର୍ଷ କେନ୍ଦ୍ର ବିଭିନ୍ନ ଅନୁଷ୍ଠାନ ଓ ଶିଳ୍ପସଂସ୍ଥା ମଧ୍ୟରେ ଥିବା ଦୂରତ୍ୱ ହ୍ରାସ କରିବାରେ ସହାୟକ ହେବା ସହ ଜଟିଳ ସମସ୍ୟାର ସମାଧାନକୁ ସହଜ କରିପାରିବା ଆଗାମୀ ଦିନରେ ରାଜ୍ୟରେ ଏକ ଡାଟା ସେଣ୍ଟର ପ୍ରତିଷ୍ଠା କରିବା

ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ସହ ଜମି ଯୋଗାଇ ଦେବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ସିଂ ମତ ଦେଇଥିଲୋ
କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସିଇଟି ଅଧ୍ୟକ୍ଷ ଶ୍ରୀ ପି.କେ. ପାତ୍ର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ କହିଲେ ଯେ ଶିଳ୍ପ ସଂସ୍ଥା ଓ ଶ୍ରମ ବଜାରରେ ହେଉଥିବା ପରିବର୍ତ୍ତନରେ ଆର୍ଟିଫିସିଆଲ୍‍ ଇଣ୍ଟେଲିଜେନ୍ସ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି କ୍ଷେତ୍ରରେ ସହାୟକ ହୋଇପାରିବା ଏହି ଅବସରରେ ବିହାର ସରକାରଙ୍କ ବୈଷୟିକ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଲୋକେଶ କୁମାର ସିଂ, ବିପିୟୁଟିର ଭାଇସ୍‍ ଚାନ୍‍ସେଲର ଡ.
ସି.ଆର୍‍. ତି୍ରପାଠୀ, ସିଇଟିର ପ୍ରଫେସର ଶ୍ରୀ ଅଶୋକ ଦାସ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଯୁଗ୍ମ ସଚିବ ଡ. ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲୋ

Leave A Reply