Odisha news

ରବିଧାନ, ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ

0

ଖରିଫ୍‍ ଋଣ ପ୍ରଦାନରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଯୁଗ୍ମ ଦେୟ ଗୋଷ୍ଠୀଙ୍କୁ ପ୍ରାଥମିକତା ଦେବା ଉପରେ ସମବାୟ ମନ୍ତ୍ରୀଙ୍କ ଗୁରୁତ୍ୱ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱଳ୍ପକାଳୀନ ଋଣ ଦିଆଯାଉଛି
ଭୁବନେଶ୍ୱର : କରୋନା ଭୂତାଣୁ ସଂକ୍ରମଣ (କୋଭିଡ-୧୯) ପରିପ୍ରେକ୍ଷୀରେ ସାରା ଦେଶ ସମେତ ରାଜ୍ୟରେ ଲକଡାଉନ ଜାରି କରାଯାଇଥିବା ବେଳେ ଗ୍ରାମାଞ୍ଚଳରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ କୃଷକମାନଙ୍କର ଆୟ ବୃଦ୍ଧି ନିମନ୍ତେ ମୂଲ୍ୟ ସହାୟକ ଯୋଜନାରେ ରବିଧାନ ଏବଂ ଡାଲି ଓ ତୈଳବୀଜ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି ।

ଏଥିସହିତ ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହୋଇଥିବାରୁ ସେମାନଙ୍କୁ ଖରିଫ ଚାଷ ନିମନ୍ତେ ଠିକଣା ସମୟରେ ଫସଲ ଋଣ ଯୋଗାଇଦେବା ଦିଗରେ ସମବାୟ ବ୍ୟାଙ୍କ ଏବଂ ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକ ଅଧିକ ତତ୍ପରତା ପ୍ରକାଶ କରନ୍ତୁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭିଡ଼ିଓ କନ୍‍ଫରେନ୍‍ସିଂ ବୈଠକରେ କହିଛନ୍ତି ।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିସରରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଖରିଫ ଋଣ ଯୋଗାଣ, ପ୍ୟାକସ ଓ ଲ୍ୟାମ୍ପସ ମାଧ୍ୟମରେ ରବିଧାନ, ଡାଲି ଓ ତୈଳବୀଜ ସଂଗ୍ରହ ଏବଂ ପ୍ୟାକସଗୁଡ଼ିକରେ ଖରିଫ ଚାଷ ନିମନ୍ତେ ପର୍ଯ୍ୟାପ୍ତ ସାର ମହଜୁଦ ରଖିବା ବିଷୟରେ ସମୀକ୍ଷା କରିଥିଲୋ ରାଜ୍ୟରେ ଖାଦ୍ୟ ନିରାପତ୍ତା, କୃଷି କାର୍ଯ୍ୟ ଏବଂ ଶସ୍ୟ ସଂଗ୍ରହ ଉପରେ ନିର୍ଭର କରୁଥିବାରୁ ଏଥି ପ୍ରତି ପ୍ରାଥମିକତା ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତବ୍ୟକ୍ତ କରିଛନ୍ତିା

ମୂଲ୍ୟ ସହାୟକ ଯୋଜନାରେ ବିରି, ମୁଗ, ଚିନାବାଦାମ ଏବଂ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କାର୍ଯ୍ୟ ମଇ ୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଅଧିକରୁ ଅଧିକ ଚାଷୀ ଯେପରି ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ ସେଥିପ୍ରତି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଅଧିକ ରବି ଧାନ ଏବଂ ଡାଲି ଓ ତୈଳବୀଜ ସର୍ବନିମ୍ନ ସହାୟକ ମୂଲ୍ୟରେ ସଂଗ୍ରହ ହୋଇପାରିଲେ, ରାଜ୍ୟର ଚାଷୀମାନଙ୍କ ଆୟ ବୃଦ୍ଧି ହୋଇପାରିବା ଏହି ପରିପ୍ରେକ୍ଷୀରେ କ୍ଷେତ୍ର ଅଧିକାରୀମାନେ ଆସନ୍ତା ୩ ଦିନ ମଧ୍ୟରେ ସମସ୍ତ ପ୍ୟାକସ ଓ ଲ୍ୟାମ୍ପସ୍‍ ଏବଂ ଶସ୍ୟ ସଂଗ୍ରହ କେନ୍ଦ୍ର ପରିଦର୍ଶନ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏଥି ସହିତ ଖରିଫ୍‍ ଚାଷ ନିମନ୍ତେ ମଇ ମାସ ଶେଷ ସୁଦ୍ଧା ସମସ୍ତ ପ୍ୟାକସ୍‍ରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ କରି ରଖିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଖରିଫରେ ସମବାୟ ସମିତି ଓ ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ୭୫୦୦ କୋଟି ଟଙ୍କା ଫସଲ ଋଣ ଆକାରରେ ପ୍ରଦାନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ମଇ ମାସ ଶେଷ ସୁଦ୍ଧା ୨୦୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅଧିକରୁ ଅଧିକ ଯୁଗ୍ମଦେୟ ଗୋଷ୍ଠୀ ଯେପରି ଫସଲ ଋଣର ସୁବିଧା ପାଇପାରିବେ ସେଥିପ୍ରତି ପଦକ୍ଷେପ ନିଆଯିବ । ସମୁଦାୟ ଫସଲ ଋଣର ଅନ୍ତତଃ ୧୦ ପ୍ରତିଶତ ଯୁଗ୍ମଦେୟ ଗାଷ୍ଠୀର ଅନ୍ତର୍ଭୁକ୍ତ ଚାଷୀମାନଙ୍କୁ ଦିଆଯିବ । କୋଭିଡ-୧୯ ପରିପ୍ରେକ୍ଷୀରେ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରମିକ ଆସୁଥିବା ପରିପ୍ରେକ୍ଷୀରେ ସେମାନେ ଯେପରି ରୋଜଗାର ପାଇପାରିବେ ସେଥିପ୍ରତି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ ଏଥିସହିତ ମତ୍ସ୍ୟ ଚାଷ ଓ ଆନୁଷଙ୍ଗିକ କ୍ଷେତ୍ର ସମେତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଅଧିକରୁ ଅଧିକ ସ୍ୱଳ୍ପକାଳୀନ ଋଣ ପ୍ରଦାନ ଉପରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଭିଡିଓ କନଫରେନ୍ସିଂ ବୈଠକରେ ସମବାୟ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର କୁମାର ଜେନା, ସମବାୟ ବ୍ୟାଙ୍କ ସମୂହର ନିବନ୍ଧକ ଶ୍ରୀ ବିଭୂତି ଭୂଷଣ ପଟ୍ଟନାୟକ ସମେତ ମାର୍କଫେଡର ପରିଚାଳନା ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଡିଆରସିଏସ୍‍, ଏଆରସିଏସ୍‍, ମାର୍କଫେଡ୍‍ର ଏରିଆ ମ୍ୟାନେଜର ଏବଂ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସମ୍ପାଦକମାନେ ଯୋଗ

Har Ghar Tiranga

Leave A Reply