ବାସୁଦେବପୁର : ମହାମାରୀ ଭୂତାଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର କଟକଣା କରୁଥିଲେ ମଧ୍ୟ କେତେକ ଅମାନିଆ ଦୋକାନୀ ଏହାକୁ ଫୁ କରୁଥିବାରୁ ପ୍ରଶାସନ ଦ୍ୱାରା ତଣ୍ଡ ଗଣିବାକୁ ପଡିଛି । ବାସୁଦେବପୁର ପୌରପାଳିକାର ନୀଳମଣୀ ମାର୍କେଟ କମ୍ପେକ୍ସ ପରିସର ମଧ୍ୟରେ କଳାମନ୍ଦିର ନାମକ ଲୁଗା ଦୋକାନ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ଲୁଚାଇ ଲୁଗା ବିକ୍ରି କରୁଥିବା ବେଳେ ସ୍ଥାନୀୟ ତହସିଲିଦାରଙ୍କ ହାତରେ ଧରା ପଡିଥିଲା ।
ତହସିଲିଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ତୁରନ୍ତ ଦୋକାନକୁ ସିଲ୍ କରିଦେଇଥିଲେ । ଆଗକୁ ସାବିତ୍ରୀ ବ୍ରତ ଆସୁଛି । ଲୁଗା ଦୋକାନୀଙ୍କର ବେଶ୍ ଚାହିଦା ରହିଛି । ତେଣୁ ଲୋକମାନଙ୍କର ଆବଶ୍ୟକତା ଦୃଷ୍ଟିରୁ ପ୍ରଶାସନ କେତୋଟି ଦୋକାନକୁ ଖୋଲିବା ପାଇଁ ଅନୁମତି ଦେଇଥିଲା । ସକାଳ ଠାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଲୁଗା ଦୋକାନ ଖୋଲା ରହିବ । ଏହି ସମୟ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିବ । କିନ୍ତୁ ଦୋକାନୀମାନେ ସରକାରୀ ନିତି ନିୟମର କଟକଣାକୁ ଫୁ କରି କାରବାର ଚଳାଇଛନ୍ତି । କଳାମନ୍ଦିର ଦୋକାନୀ ସନ୍ଧ୍ୟାରେ ସଟର ଟାଣି ଭିତରେ କାରବାର କରୁଥିବା ବେଳେ ତହସିଲିଦାରଙ୍କ ଦ୍ୱାରା ଧରା ପଡିଥିଲେ । ଦୋକାନୀକୁ ତହସିଲିଦାର ୧୦ ହଜାର ଟଙ୍କା ଜରିମାନା କରିଛନ୍ତି । ଆଇନ୍ ଅମାନ୍ୟ କରି ଲୁଗା ଦୋକାନୀକୁ ଦଶ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିଲା ।