ରାୟଗଡା : ରାୟଗଡା ସହରରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଣେ ବିବାହିତ ମହିଳା ରୋଷଇ ଘରେ ଥିବା ପଙ୍ଖାରେ ଶାଢୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ତଦନ୍ତ ଚାଲିଥିବା ଜଣାପଡିଛି । ସୂଚନା ମୁତାବକୁ ଗଙ୍ଗା ଗ୍ୟାରେଜ ନିକଟସ୍ଥି ଚିନ୍ତାଲାପେଟା ଠାରେ ରହୁଥିବା କୋଟନି ଜୟଶ୍ରୀ (୩୧) ନାମକ ମହିଳା ଭୋର ୫ଟା ସମୟରେ ପଙ୍ଖାରେ ଶାଢୀ ବାନ୍ଧି ଆତ୍ମହତ୍ୟା କରିଛନ୍ତି । ମୃତ କୋଟନି ଜୟଶ୍ରୀଙ୍କ ଘର ଆନ୍ଧ୍ରପ୍ରଦେଶ ବୋବିଲ ହୋଇଥିବା ବେଳେ ସେ ୧୨ ବର୍ଷ ତଳେ ରାୟଗଡା ସହରସ୍ଥିତ କେ.ଗଣେଶଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁ୍ଅ ଏବଂ ଗୋଟିଏ ଝିଅ ଅଛନ୍ତି ।
ଘଟଣା ସଂପର୍କରେ ଗଣେଶଙ୍କ ପରିବାର ପ୍ରକାଶ କରିଥିଲେ ଯେ ଗତ ୩ ଦିନ ଧରି ସେ ଦାନ୍ତ ରୋଗ ଜନିତ ସମସ୍ୟାର ସମ୍ମୁଖୀନ କରୁଥିଲେ । ସକାଳୁ ସକାଳୁ ଗଣେଶଙ୍କ ମା ଉଠି ରୋଷେଇ ଘରୁ ଯିବା ବେଳେ ସେଠାରେ କୋଟନି ଜୟଶ୍ରୀ ଝୁଲନ୍ତା ଅବସ୍ଥାରେ ଥିଲେ । ଘଟଣା ସ୍ଥଳରେ ରାୟଗଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ କୋଟନି ଜୟଶ୍ରୀର ପରିବାର ତାଙ୍କ ଝିଅକୁ ହତ୍ୟା କରିଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି । । ଘଟଣାର ତଦନ୍ତ ରାୟଗଡା ଥାନା ଏସ.ଆଇ ଚିତରଂଜନ ମହାନ୍ତି କରୁଥଇବା ବେଳେ ଏ ନେଇ ରାୟଗଡା ଥାନାରେ ୧୫/୨୦ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇଛି । ଶବ ବ୍ୟବଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି ।