Odisha news

ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯ୍ୟାଳୟ ପଛପଟୁ ମୃତ ଶରୀର ଉଦ୍ଧାର

0

ତେନ୍ତୁଳିଖୁଣ୍ଟି :-  ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପ୍ରକଳ୍ପ ପ୍ରଶାସନିକ କାର୍ଯାଳୟ   ପଛପଟେ ଡ଼ମୁମୁଦୁଲି (୫୭)ଙ୍କ ମୃତ ଶରୀର ଉଦ୍ଧାର ହୋଇଛି !ସେ ସାଧାରଣ ପରିଚାଳକ କାର୍ଯାଳୟ ରେ ଚପରାଶି ଭାବେ କାର୍ଯ୍ୟ କରୁଥିବାର ଜଣା ପଡିଛି !ମୃତ୍ୟୁ ଖବର ପାଇ ତାଙ୍କ ପୁଅ ପଦ୍ମନ ମୁଦୁଲି ଏନେଇ ଖାତିଗୁଡା ଥାନା ରେ ଏତଲା ଦେଇଥିଲେ !

ସଙ୍ଗେ ସଙ୍ଗେ ଖାତିଗୁଡା ଥାନା ଭାରପ୍ରାପ୍ତ  ଅଧିକାରୀ ପଞ୍ଚାନନ ପରିଡା ଓ ସବଇନ୍ସପେକେଟର ପର୍ଶୁରାମ ସାହୁ ଘଟଣା ସ୍ଥଳରେ ପହଁଚି ଶବକୁ ପଞ୍ଚନାମା କରି ଇଉ ଡ଼ି କେସନମ୍ବର-୪ ତା-୨୨-୫-୨୦୨୦ରେ ଅପମୃତ୍ୟୁ ମାମଲା ରୁଜୁ କରି ସବବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ପଠାଇ ଥିବାର ଜଣାପଡିଛି !

ମୃତ୍ୟୁର କାରଣ ଅସ୍ଵଷ୍ଟ ହୋଇ ଥିବାରୁ ଗ୍ରାମବାସୀ ଓ ତାଙ୍କ ପରିବାର ପ୍ରକଳ୍ପ ଦାୟିତ୍ୱ ରେ ଥିବା ମୁଖ୍ୟଯନ୍ତ୍ରୀ ଙ୍କ ସହାୟକ  ତପନ କୁମାର ସାହୁ ଙ୍କୁ ଫୋନ ଯୋଗେ ଜଣାଇ ଥିଲେ ହେଁ ଫୋନ ସୁଇଚ ଅଫ କରିଥିଲେ ଏବଂ କୌଣସି ପ୍ରକଳ୍ପ ଅଧିକାରୀ ଙ୍କୁ ଘଟଣା ସ୍ଥଳରେ ପଠାଇ ନ ଥିବା ପୂର୍ବତନ ସରପଞ୍ଚ ସଦାଶିବ ଜାନି ଓ ସମାଜ ସେବୀ ହରେକୃଷ୍ଣ ମୁଦୁଲି ଅଭିଯୋଗ କରିଥିଲେ !

କିନ୍ତୁ ଏନେଇ ମୁଖ୍ୟଯନ୍ତ୍ରୀ ଙ୍କ ସହାୟକ ତପନ କୁମାର ସାହୁ ଏହାକୁ ଖଣ୍ଡନ କରି କେହି ଫୋନ କରିନାହାନ୍ତି କି କବାଟ ବାଡ଼ାଈ ନାହାନ୍ତି ବୋଲି ସଫେଈ ଦେଇଥିଲେ !ଏବଂ ଶବ   ଶକ୍ତାର ପାଇଁ ୫୦୦୦/-ଟଙ୍କା ତାଙ୍କ ପୁଅ କୁ ଦିଆଯାଇଛି ଓ ସରକାରୀ ନିୟମ ଅନୁଯାଇ ଯାହା ସୁବିଧା ଯଥା ସମ୍ଭବ ସାହାଯ୍ୟ କରିବି ବୋଲି କହିଥିଲେ !

Leave A Reply