Odisha news

ଭଦ୍ରକରେ ପବିତ୍ର ‘ଇଦ-ଉଲ୍ଲ-ଫିତର’ ପାଳିତ : ପ୍ରଶାସନର କଟକଣାକୁ ମାନି ଘରେ କଲେ ନମାଜ ପାଠ

0

ଭଦ୍ରକ,୨୫ ।୦୫(ଜିପ୍ର):ଶେଷ ହୋଇଛି ରମଜାନ ମାସର ୩୦ରୋଜା(ଉପବାସ)ଗତକାଲି ରବିବାର ସନ୍ଧ୍ୟାରେ ଚନ୍ଦ୍ର ଦେଖି ରୋଜା ସମାପ୍ତ କରି ସୋମବାର ଇଦ-ଉଲ୍ଲ-ଫିତର ନମାଜ ପାଠ ପାଇଁ ସ୍ଥିର କରାଗଲା । ଭଦ୍ରକରେ ହିନ୍ଦୁ ମୁସଲମାନ ନିଆରା ଭାଇଚାରା ଭାବରେ ବନ୍ଧା । ପ୍ରତ୍ୟେକ ପର୍ବରେ ମିଳିମିଶି ଦୁଇ ସମ୍ପ୍ରଦାୟର ଲୋକମାନେ ଯୋଗଦାନ କରୁଛନ୍ତି । ମହାମାରୀ କରୋନା ସଂକ୍ରମଣକୁ ନେଇ ଧାର୍ମୀକ ଅନୁଷ୍ଠାନ ମାନଙ୍କରେ କଟକଣା ଜାରି କରାଯାଇଛି ।

ଏହି କଟକଣାରେ ମୁସଲମାନ ମାନଙ୍କର ପବିତ୍ର ଇଦ-ଉଲ୍ଲ-ଫିତର ଯେଉଁ ସମାବେଶରେ ହେଉଥିଲା, ତାହା ଆଜି ପ୍ରତ୍ୟେକ ଇଦଘା ସହିତ ଜାମା ମସଜିଦ, ଛଡାକ ମହଲା, କାଜି ମହଲା, ସାନଶଙ୍କରପୁର, ବଡଶଙ୍କରପୁର, ମୁଲ୍ଲାସାହି, ନଙ୍ଗାମହଲା, ଅଲାଲପୁର, ବାଙ୍କାଛକ, ହଜାରୀନଗର, ସାହାପୁର, ମୀର୍ଜାପୁର, ସେଖସାହି, ଦୁର୍ଗାପୁର ଓ ଚରମ୍ପା ମସଜିଦ ଠାରେ ଜିଲ୍ଲା ପ୍ରଶାସନର କଟକଣାକୁ (ଭଦ୍ରକ ମୁସଲିମ ଜମାତ)ମାନି ପ୍ରତ୍ୟେକ ମସଜିଦରେ ମାତ୍ର ୫ଜଣ ନମାଜ ପାଠ କରିଥିଲେ ଓ ଅବଶିଷ୍ଟ ନିଜ ଘରେ ରହି ନମାଜ ପଢିଥିଲେ ।

ହଜାର ହଜାର ସଂଖ୍ୟାରେ ଘରେ ରହି ଯେଉଁମାନେ ନମାଜ ପଢିଛନ୍ତି ସେମାନେ ଆଜି ନିରାଶ ହୋଇ ଏହି ପବିତ୍ର ଦିନରେ ଜିଲ୍ଲା ପ୍ରଶାସନର ନିୟମକୁ ବେଖାତିର ନକରି ନିୟମକୁ ସ୍ୱାଗତ ଜଣାଇ ସାମାଜିକ ଦୂରତାକୁ ରକ୍ଷା କରି ପବିତ୍ର ‘ଇଦ-ଉଲ୍ଲ-ପର୍ବ’ପାଳନ କରିଥିଲେ । ନିମିତ୍ତ ଲୋକ ନୂଆବସ୍ତ୍ର ପିନ୍ଧି ଥିବାରୁ ଅବଶିଷ୍ଟ ଲୋକ ପୁରୁଣା ବସ୍ତ୍ର ପରିଧାନ କରି ନମାଜ ପାଠ କରିଥିଲେ ।

Leave A Reply