ଠାକୁରମୁଣ୍ଡା- 11/3/ : ମହୁଲଡିହା ଥାନା ଅନ୍ତର୍ଗତ ଚମ୍ପାଝର ଗ୍ରାମ ପଞ୍ଚାୟତ କିରିକିଚିପାଳ ପୋଲ ଉପରୁ ବାଇକ ତଳକୁ ଖସି ଜଣ ଙ୍କ ମୃତ୍ୟୁ ହୋଇଛି।
ଘଟଣାରୁ ପ୍ରକାଶ ଯେ ଶରତ ଡାକ୍ତରଖାନା ୧୦୮ ଆମ୍ବୁଲାନ୍ସ ରେ ଫାର୍ମାସିଷ୍ଟ ଭାବରେ କାମ କରୁଥିବା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ପଡିଆବେଡ ଗ୍ରାମ ପଞ୍ଚାୟତ ର ବାଲିପୋଶି ଗ୍ରାମ ର ରଗଡିସାହି ଶତ୍ରୁଘ୍ନ ମହାନ୍ତ ଙ୍କ ଏକମାତ୍ର ପୁଅ ସୁଦିପ କୁମାର ମହାନ୍ତ (୨୩) ଏକ ଟିଭି ଏସ୍ ଆପାଚେ ବାଇକ ରେ ବାହାଘର ନିମନ୍ତ୍ରଣ କାର୍ଡ ବାଣ୍ଟିବା ପାଇଁ କିରିକିଚିପାଳ ଯାଉଥିଲେ ।
ସାଙ୍ଗରେ ପରମେଶ୍ଵର ମହାନ୍ତ ପଛରେ ବସି ସଂନ୍ଧ୍ଯା ୬,୩୦ ସମୟରେ ଯାଉଥିଲେ ।ହଠାତ କିରିକିଚିପାଳ ପୋଲ ନିକଟରେ ଭାରସାମ୍ଯ ହରାଇ ବାଇକ ପୋଲ ତଳକୁ ଖସିଯାଇଥିଲା। ୧୦୮ ଯୋଗ ପୋଲ ତଳୁ ଉଧାର କରି ଠାକୁରମୁଣ୍ଡା ଗୋଷ୍ଠ ସ୍ବାସ୍ଥ୍ୟକେନ୍ଦ୍ର କେନ୍ଦ୍ର କୁ ଅଣାଯାଇଥିଲା। ତେବେ ଦୁର୍ଘଟଣା ରେ ଗୁରୁତର ଆହତ ସୁଦିପ କୁ ଡାକ୍ତର ମୃତ ଘୋସଣା କରିଥଲେ। ପରମେଶ୍ଵର ମହାନ୍ତ ସାମାନ୍ଯ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।।