ଆଠଗଡ଼ ତା ୧୧/୩/୨୩ ଆଜି ଆଠଗଡ଼ ରେ ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା ପାଳନ କରାଯିବ। ଆଠଗଡ଼ ର ଆରାଧ୍ୟା ଦେବତା ରାଧାଗୋବିନ୍ଦ ବିଜେ ଙ୍କ ସହିତ ଅଟାଳୀ ଜଗନ୍ନାଥ, ଧବଳେଶ୍ଵର,ସର୍ପେଶ୍ୱର,ଓ ଆଖପାଖ ଗ୍ରାମ ଗୁଡିକରୁ ୬୦ ରୁ ଉର୍ଦ୍ଧ୍ବ ବିମାନ ଶୋଭାଯାତ୍ରାରେ ଭାଗନେବେ। ଆଠଗଡ଼ ସହରର ବଜାର କମିଟି ଗୁଡିକ ମେଲୋଡି ଓ ରେକର୍ଡ ଡାନ୍ସ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଥିବାରୁ ପ୍ରବଳ ଜନସମାଗମ ହେବ। ଜନସମାଗମ କୁ ଦୃଷ୍ଟିରେ ରଖି ସନ୍ଧ୍ୟା ପରେ ପୋଲିସ ପକ୍ଷରୁ ଟ୍ରାଫିକ ଓ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଠଗଡ଼ ରେ ଫଗୁଦଶମୀ ଠାରୁ ବାରୁଣୀ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ଯାତ୍ରା ପାଳନ କରାଯାଏ। ଯାତ୍ରା ର ପରଦିନ ସମ୍ପୁକ୍ତ ଗ୍ରାମ ଗୁଡ଼ିକ ରେ ହୋଲି ଉତ୍ସବ ପାଳନ କରାଯାଏ। ଆଠଗଡ଼ ସହରରେ ପଞ୍ଚୁଦୋଳ ଯାତ୍ରା ଦୃଷ୍ଟିରୁ ଆସନ୍ତା କାଲି ହୋଲି ଉତ୍ସବ ପାଳନ କରାଯିବ। ଯେଉଁଥିପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଠଗଡ଼ ରେ ଏହାକୁ ଲୋକାଲ ହଲିଡେ ଭାବରେ ଘୋଷଣା କରାଯାଇଛି। ରାଜାଘର ବିମାନ ରାଧାଗୋବିନ୍ଦ ବିଜେ ଦୋଳପୂର୍ଣ୍ଣିମା ପୂର୍ବ ଦିନ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ଗୋପବନ୍ଧୁ ଛକଠାରେ ମେଣ୍ଢା ଘର ପୋଡ଼ି ଉତ୍ସବ ପାଳନ କଲାପରେ ଦୋଳପୂର୍ଣ୍ଣିମା ଦିନ ବିଭିନ୍ନ ସ୍ଥାନରୁ ଆସୁଥିବା ୧୬ ଟି ବିମାନ ଆଠଗଡ଼ ର ବିଭିନ୍ନ ମନ୍ଦିରରେ ବୁଲି ଭୋଗ ଖାଇବା ପରେ ପଞ୍ଚୁଦୋଳ ଯାତ୍ରା ନୀତି ଆରମ୍ଭ ହୋଇଛି।କରୋନା କଟକଣା ପରେ ଚଳିତ ବର୍ଷ ମୁକ୍ତ ଭାବରେ ପଞ୍ଚୁଦୋଳ ପାଳନ କରାଯାଉଥିବାରୁ ପ୍ରବଳ ଜନସମାଗମ ଆଶା କରାଯାଉଛି।