Odisha news

ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0
ବେତନଟୀ  : ପୂର୍ବ ପ୍ରସ୍ତାବିତ ଦାବି ପୂରଣ ନେଇ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନହେବାପରେ ପୁଣି ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କରିଥିବା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନକ୍ରମେ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେତନଟୀ ବ୍ଲକ ଶିକ୍ଷାଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି । ତେବେ ପ୍ରମୁଖ ଦାବି ମଧ୍ୟରେ ଚୁକ୍ତିଭିରିକ ନିଯୁକ୍ତି ପ୍ରକ୍ରିୟାର ଉଚ୍ଛେଦ ସହିତ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ଏବଂ ପୁରୁଣା ପେନସନ ଯୋଜନା ଲାଗୁ କରାଯିବା ଭଳି ଦାବି ରହିଛି । ତେବେ ଏନେଇ ଗତବର୍ଷ ଡିସେମ୍ବରରେ
ଲକ୍ଷଲକ୍ଷ ସଂଖ୍ୟକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ପ୍ରଦର୍ଶନ କରାଯାଇଥିଲା । ତେବେ ଏହି ସମୟରେ ପ୍ରାଥମିକ ଶିକ୍ଷାବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବାପରେ ଆଲୋଚନା ପାଇଁ ସରକାର ପ୍ରସ୍ତାବ ଦେଇଥିଲେ । ତେବେ ଆଲୋଚନା ପୂର୍ବକ ଉପରୋକ୍ତ ଯୁକ୍ତିଯୁକ୍ତ ଦାବିଗୁଡିକ ପୂରଣ ନେଇ ସରକାର ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଅଦ୍ୟାବଧି ଉକ୍ତ ଦାବି ପୂରଣରେ ବିଫଳ ରହିଛନ୍ତି । ଶେଷରେ ପୁନର୍ବାର ଶିକ୍ଷକମାନେ ନହେଲେ ରାଜ୍ୟସଂଘର ଆହ୍ବାନ ମୁତାବକ ଲକ୍ଷ ଲକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀ ୧୫ତାରିଖରୁ ସମୁହ ଛୁଟିରେ ଯିବା ସହିତ ଭୁବନେଶ୍ବରରେ ଆନ୍ଦୋଳନ ପ୍ରଦର୍ଶନ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଏକ ଦାବିପତ୍ର ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ରମାକାନ୍ତ ମହାନ୍ତ ଏବଂ ଗୋପାଳଚନ୍ଦ୍ର ସେନାପତିଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷକନେତା ଶରତ କୁମାର ମହାନ୍ତ, ଦେବାଶିଷ ସାହୁ, କଳାକାର ମହାନ୍ତ, ସମ୍ବିତ ପ୍ରଧାନ, ଅନ୍ତର୍ଯ୍ୟାମୀ ପାତ୍ରଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ଆରମ୍ଭ କରିଦେଇଛନ୍ତି ଆସନ୍ତା ୧୪ ତାରିଖ ସୁଦ୍ଧା ଉପରୋକ୍ତ ପ୍ରାସ୍ତାବିତ ଦାବି ଗୁଡ଼ିକ ପୂରଣ ନହେଲେ ରାଜ୍ୟସଂଘର ଆହ୍ବାନ ମୁତାବକ ଲକ୍ଷଲକ୍ଷ ଶିକ୍ଷକ/ଶିକ୍ଷୟିତ୍ରୀ ୧୫ତାରିଖରୁ ସମୁହ ଛୁଟିରେ ଯିବା ସହିତ ଭୁବନେଶ୍ବରରେ ଆନ୍ଦୋଳନ ପ୍ରଦର୍ଶନ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ଏକ ଦାବିପତ୍ର ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ରମାକାନ୍ତ ମହାନ୍ତ ଏବଂ ଗୋପାଳଚନ୍ଦ୍ର ସେନାପତିଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ଶିକ୍ଷକନେତା ଶରତ କୁମାର ମହାନ୍ତ, ଦେବାଶିଷ ସାହୁ, କଳାକାର ମହାନ୍ତ, ସମ୍ବିତ ପ୍ରଧାନ, ଅନ୍ତର୍ଯ୍ୟାମୀ ପାତ୍ରଙ୍କ ସମେତ ବହୁ ଶିକ୍ଷକ/ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।
Nalco
Leave A Reply