ଅନେକ ଗବେଷଣାରୁ ଜଣା ପଡ଼ିଛି ଯେ ରାତ୍ରି ଭୋଜନ ଆମ ସ୍ବାସ୍ଥ୍ୟ ସମସ୍ୟା ଉପରେ ଖୁବ୍ ପ୍ରଭାବ ପକାଇ ଥାଏ । ସ୍ୱାସ୍ଥ୍ୟକର ଖାଦ୍ୟ ଓ ବ୍ୟାୟାମ କରିବା ଦ୍ୱାରା ଓଜନ ହ୍ରାସ ଓ ଶରୀରର ଛୋଟ ଛୋଟ ରୋଗ , କୋଲେଷ୍ଟ୍ରାଲ ଜନିତ ସମସ୍ୟା ଦୂର କରାଯାଇ ଥାଏ । କିନ୍ତୁ ଯଦି ଆପଣ ଭୁଲ ସମୟରେ ରାତ୍ରି ଭୋଜନ କରୁଛନ୍ତି ତେବେ ଅନେକ ପ୍ରକାର ରୋଗ ଦ୍ଵାରା ଆକ୍ରାନ୍ତ ହୋଇ ଥାଆନ୍ତି । କେବଳ ଏତିକି ନୁହେଁ ସୂଗାର୍ ଲେବୁଲ ମଧ୍ୟ ବୃଦ୍ଧି ପାଇଥାଏ । ବିଶେଷ ଭାବରେ କରୋନା ମହାମାରୀ ପରେ ଆମର କିଛିଟା ଅଭ୍ୟାସ ଉପରେ ଗଭୀର ପ୍ରଭାବ ପଡିଛି । ବିଶେଷ ଭାବରେ ଯେଉଁ ବ୍ୟକ୍ତି ମାନେ ପୂର୍ବରୁ ଠିକ୍ ସମୟରେ ଖାଦ୍ୟ ଖାଉ ଥିଲେ ସେମାନଙ୍କ ଖାଦ୍ୟ ଖାଇବା ଶୈଳୀ ସଂପୂର୍ଣ୍ଣ ବଦଳି ଯାଇଛି ।
