Odisha news

ଠାକୁରମୁଣ୍ଡା ସମବାୟ ସମିତି ନିର୍ବାଚନ ଫଳାଫଳ ଘୋଷଣା

0

ଠାକୁରମୁଣ୍ଡା ତା ୨୦ /୦୬ :  ଠାକୁରମୁଣ୍ଡା ସମବାୟ ସମିତି ର ୧୫ ଟି ନିର୍ଦେଶକ ପଦବୀ ପାଇଁ ରବିବାର ଦିନ ହୋଇଥିବା ନିର୍ବାଚନ ର ଫଳାଫଳ ଘୋଷଣା ହୋଇଛି।ସମବାୟ ସମିତି ରେ ମୋଟ ୩୨୨ ଜଣ ସଭ୍ୟ ଭୋଟ ଦେବାକୁ ଥିବା ବେଳେ ୨୫୯ ଜଣ ଭୋଟ ଦେଇଥିଲେ ଏବଂ ୬୩ ଜଣ ସଭ୍ୟ ଅନୁପସ୍ଥିତ ରହିଥିଲେ।ସମସ୍ତ ନିର୍ଦେଶକ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ପରେ ସେଥିରୁ ୪ ଜଣ ନିର୍ଦେଶକ ନିର୍ଦୋନ୍ଦ ରେ ନିର୍ବାଚିତ ହୋଇଥିଲେ।ବାକି ୧୧ ଗୋଟି ସିଟ ରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ସେଥିମଧ୍ୟରୁ ୨ ଗୋଟି ସିଟ ରେ ଫଳାଫଳ ସମାନ ରହିବାରୁ ଲୋଟେରୀ ମାଧ୍ୟମ ରେ ବିଜେତା ଘୋଷଣା କରାଯାଇଥିଲା।ନିର୍ବାଚନ ରେ ନିର୍ଦୋନ୍ଦ ରେ ନିର୍ବାଚିତ ପ୍ରାର୍ଥୀ ମାନେ ହେଲେ ୬ ନମ୍ବର ସିଟ ରୁ ଶିଖର ହାଁସଦା,୭ ନମ୍ବର ରୁ ଫୁଲଝରୀ ଗିରି,୮ ନମ୍ବର ରୁ ଗଣନାଥ ନାୟକ,୧୧ ନମ୍ବର ରୁ ସୁମୀ ସିଂ।ସେହିପରି ନିର୍ବାଚନ ରେ ବିଜୟୀ ହୋଇଥିବା ନିର୍ଦ୍ଦେଶକ ମାନେ ହେଲେ ୧ ନମ୍ବର ସିଟ ରୁ ତ୍ରିଲୋଚନ ସେଠୀ,୨ ନମ୍ବର ରୁ ଶ୍ୟାମ ନାଏକ,୩ ନମ୍ବର ରୁ ବିଛେନ୍ଦ୍ର ବେହେରା,୪ ନମ୍ବର ରୁ ଲତା ଵଂସୁଳିଆ,୫ ନମ୍ବର ରୁ ଲାଟେରୀ ମାଧ୍ୟମ ରେ ହରେଶ ଚନ୍ଦ୍ର ଗିରି,୯ ନମ୍ବର ରୁ ଦୟାନିଧି ଵଂସୁଳିଆ,୧୦ ନମ୍ବର ରୁ ଚନ୍ଦ୍ରଶେଖର ପଣ୍ଡା,୧୨ ନମ୍ବର ରୁ ଲୋଟେରୀ ମାଧ୍ୟମ ରେ ବିଦ୍ୟାବତୀ ନାଏକ,୧୩ ନମ୍ବର ରୁ ନିରୋଦ ପଲେଇ,୧୪ ନମ୍ବର ରୁ ଗାନ୍ଧାରୀ ନାଏକ,୧୫ ନମ୍ବର ରୁ ଦିଲ୍ଲୀପ କୁମାର ବେହେରା ନିର୍ବାଚିତ ହୋଇଥିବା ନେଇ ଘୋଷଣା ହୋଇଛି।

IEC 2 years
Leave A Reply