Odisha news

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

0
ଛତ୍ରପୁର ୨୦/୬ : ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଙ୍କ ସର୍ଚ୍ଚ ୱାରେଣ୍ଟି ବଳରେ ଭୁବନେଶ୍ୱର ହେଡ୍ କ୍ୱାର୍ଟରରେ ଥିବା ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ଟି ସ୍ଥାନରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ସୋମବାର ସକାଳୁ ଚଢାଉ କରିଛି । ବ୍ରହ୍ମପୁର ଖାରବେଳ ନଗର ସ୍ଥିତ ଦୁଇ ମହଲା କୋଠା ସମେତ, ଛତ୍ରପୁର ରାମନଗର ସ୍ଥିତ ଦୁଇ ମହଲା କୋଠା, ରାମନଗରରେ ଥିବା ଏକ ମାର୍କେଟ କମ୍ଲେକ୍ସ, ଅନାଦିଙ୍କ ପୁଅଙ୍କ ନାମରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଠାରେ ଥିବା ମାୟା ରେସିଡେନ୍ସି ନାମକ ଏକ ଓୟ ହୋଟେଲ ଓ ତାଙ୍କ ଝିଅ ରହୁଥିବା ବାଲେଶ୍ୱରସ୍ଥିତ ବାସ ଭବନରେ ଏକକାଳୀନ ଚଢାଉ ଜାରି ରଖିଛି । ଏହି ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୪ ଡିଏସପି, ୧୦ ଜଣ ଇନସିପେକ୍ଟର ସାମିଲ ଅଛନ୍ତି ବୋଲି ସୂଚନା ମିଲିଛି । ଯୋଗାଣ ଅଧିକାରୀ ଅନାଦି ସେଠୀ ପୂର୍ବରୁ ଗଜପତି ଜିଲ୍ଲାରେ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ନାମରେ ଅଭିଯୋଗ ଆସିବା ପରେ ଏହି ଚଢାଉ କରାଯାଇଛି ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ ପାଇଛି ।
Nalco
Leave A Reply