Odisha news

ନବ ନିବଚିତ ପ୍ରତିନିଧିଙ୍କୁ ନେଇ ପ୍ରଥମ ସମିତି ବୈଠକ

0
ଠାକୁରମୁଣ୍ଡା -18/5 : ଠାକୁରମୁଣ୍ଡା ବ୍ଲକରେ ନବ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ପ୍ରଥମ ସମିତି ବୈଠକ 18 ତାରିଖରେ ଅନୁଷ୍ଠିତ ହୋଇଯାଇଛି l ବ୍ଲକ ଅଧ୍ୟକ୍ଷା ସରୋଜିନୀ ମୁଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ବୈଠକରେ ସମସ୍ତ ସମିତି ସଭ୍ୟ, ସଭ୍ୟା, ସରପଞ୍ଚ, ଜିଲ୍ଲାପରିଷଦ ସଦସ୍ୟ, ସାଂସଦ ପ୍ରତିନିଧି ଓ ବିଧାୟିକା ବାସନ୍ତୀ ହେମ୍ବ୍ରମ ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ l ବିଡ଼ିଓ ଶ୍ୟାମସୁନ୍ଦର ଟୁଡୁ, ଏବିଡ଼ିଓ ଟଙ୍କଧର ମହାନ୍ତ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ମିଞ୍ଜ ସମେତ ସମସ୍ତ ବିଭାଗର ସରକାରୀ ଅଧିକାରୀ ଅଂଶଗ୍ରହଣ କରିଥିଲେ l
ଆରମ୍ଭରେ ବିଧାୟିକା କହିଥିଲେଯେ,  ଆମେ ସମସ୍ତେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇ ଆସିଥିବାରୁ ସାଧାରଣ ଲୋକଙ୍କ ବିକାଶ ପାଇଁ ମିଳିମିଶି କାମ କରିବାର ଦାୟିତ୍ୱ ରହିଛି l ବିଭିନ୍ନ ବିଭାଗ ସମ୍ପର୍କରେ ଆଲୋଚନା କରାଯାଇଥିଲା l  ସ୍ୱାସ୍ଥ୍ୟ ବିଭାଗ ବିଷୟରେ ଆଲୋଚନା ବେଳେ ମେଡିକାଲ ଅଫିସର କେତେଟା ଷ୍ଟ୍ରେଚର ଅଛି ଠିକ ଭାବରେ କହି ପାରିନଥିଲେ l ମେଡ଼ିକାଲରେ ଲିଫ୍ଟ କାମ କରୁନଥିବାବେଳେ ମାତ୍ର ଗୋଟିଏ ଷ୍ଟ୍ରେଚର ରହିଛି l ୩ / ଚାରି ମହଲା ଉପରକୁ ରୋଗୀ ଉଠୁଛନ୍ତି ଏଭଳି ଅବ୍ୟବସ୍ଥା ପାଇଁ ବିଧାୟିକା ମଧ୍ୟ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ l ସ୍କୁଲ ଓ ଗଣଶିକ୍ଷା ସମ୍ପର୍କରେ ଆଲୋଚନା ସମୟରେ ଏବିଓ ଭାଗ୍ୟରଥୀ ମହାନ୍ତି କହିଲେ ଯେ ନିଯୁକ୍ତି ନଥିବାରୁ 4 ଟି ସ୍କୁଲରେ ଶିକ୍ଷକ ନାହାନ୍ତି ଏବଂ ଚଳିତ ମାସ ମଧ୍ୟ ଶିକ୍ଷକ ଅବସର ନେବାକୁ ଥିବାରୁ ଆଉ ଗୋଟିଏ ସ୍କୁଲ ମଧ୍ୟ ଶିକ୍ଷକ ଶୂନ୍ୟ ହେବ l ତେବେ ଆମେ କୌଣସି ପ୍ରକାରେ ବ୍ୟବସ୍ଥା କରି ଚଳେଇ ରଖିଛୁ l ତେବେ ସଙ୍ଗେ ସଙ୍ଗେ ବିଧାୟିକା ଉତ୍ତର ଦେଇ କହିଥିଲେକି କୋଭିଡ ଯୋଗୁଁ ନିଯୁକ୍ତି ହୋଇ ପାରିନି ମାତ୍ର ଖୁବ ଶୀଘ୍ର ସରକାର ନିଯୁକ୍ତି କରିବେ ତେଣୁ ଆଗକୁ ଏ ସମସ୍ୟା ରହିବ ନାହିଁ l
ସେହିପରି ପାଣି ସମସ୍ୟା ଉପରେ
ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ବିଶେଷ ଆପତ୍ତି ଉଠାଇଥିଲେ l ବିଭାଗୀୟ କନିଷ୍ଠ ଯନ୍ତ୍ରୀ ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ l କୃଷି ବିଭାଗ ସମ୍ପର୍କରେ ଆଲୋଚନା ବେଳେ ଏପର୍ଯ୍ୟନ୍ତ ଟାର୍ଗେଟ ଆସିନଥିବା ଏବଂ ଆଗାମୀ 24 ତାରିଖରେ ଜିଲ୍ଲାରେ ବୈଠକ ଥିବାରୁ ପରେ ବ୍ଲକ ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଆସିବ ତେଣୁ ସମସ୍ତ ପ୍ରତିନିଧି ମୋବାଇଲରେ ଯୋଗାଯୋଗ ରଖିବାକୁ କହିଥିଲେ l ଏଥି ସହିତ ଚଳିତ ବର୍ଷ ଠାରୁ ଠାକୁରମୁଣ୍ଡା ବ୍ଲକରେ ମିଲେଟ ମିଶନ କାମ ଆରମ୍ଭ ହେଉଥିବା ସହକାରୀ କୃଷି ଅଧିକାରିଣୀ କବିତା ବେହେରା ସୂଚନା ଦେଇଥିଲେ l ଆଇସିଡ଼ିଏସ ସମ୍ପର୍କରେ ଆଲୋଚନା ବେଳେ ହାଣ୍ଡିଫୁଟା ଗ୍ରାମରେ ଅଙ୍ଗନବାଡି କର୍ମୀ ମିଛ ସାର୍ଟିଫିକେଟ ଦେଇ ଚାକିରୀ କରିଥିବାରୁ ୯ ମାସ ପରେ ବହିଷ୍କାର କରାଯାଇଥିବାବେଳେ କାହିଁକି ଅପରାଧିକ ମାମଲା ଦାଏର କରାଯାଇନାହିଁ ବୋଲି ସରପଞ୍ଚ ବ୍ରହ୍ମାନନ୍ଦ ଦେହୁରୀ ପ୍ରଶ୍ନ କରିଥିବାବେଳେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବହିଷ୍କାର କରାଯାଇଛି ବୋଲି ସିଡିପିଓ କହିଥିଲେ l ସେହିପରି ୧ ମାସ ହେଲା ଛତୁଆ ଯୋଗାଣ ବନ୍ଦ ରହିଥିବା ନେଇ ସଦସ୍ୟମାନେ ପ୍ରଶ୍ନ କରିଥିଲେ ଏବଂ ଗହମ ଯୋଗାଣ ସମସ୍ୟାରୁ ଏପରି ହୋଇଥିବା ସିଡିପିଓ କହିଥିଲେ l ତେବେ ସକାଳ ଦଶଟା ରୁ ବୈଠକ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲିଥିଲା l ଶେଷରେ ବିଡ଼ିଓ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ lଚକ୍ରଧର ଦାସ
IEC 2 years
Leave A Reply