ଠାକୁରମୁଣ୍ଡା -16/8 : କେନ୍ଦୁଝର ଲୋକସଭା ସଦସ୍ୟ ଅନନ୍ତ ନାୟକଙ୍କ ପ୍ରତିନିଧି ଭାବରେ ତାରାକାନ୍ତ ପଟ୍ଟନାୟକ ଦାୟିତ୍ୱ ନେଇଛନ୍ତି l ଏହି ମର୍ମରେ ସାଂସଦ ତାଙ୍କର ନିଯୁକ୍ତି ପତ୍ର ପଠାଇଥିବା ଜଣାପଡିଛି l ଭାଜପାର ବରିଷ୍ଠ ନେତା ତାରାକାନ୍ତ ପଟ୍ଟନାୟକଙ୍କୁ ସାଂସଦ ପ୍ରତିନିଧି ଭାବେ ଠାକୁରମୁଣ୍ଡା ବ୍ଲକ ପାଇଁ ବାଛିବା ପରେ ସବୁ ମହଲରେ ସ୍ୱାଗତ ଲରାଯାଇଛି l 16 ତାରିଖରେ ଠାକୁରମୁଣ୍ଡା ପ୍ରେସ କ୍ଳବ ତରଫରୁ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି l ତାରାକାନ୍ତ ପଟ୍ଟନାୟକ ଦୀର୍ଘ 28 ବର୍ଷ ହେଲା ସାମ୍ବାଦିକ ଭାବରେ କାର୍ଯ୍ୟ ମଧ୍ୟ କରି ଆସୁଛନ୍ତି l ଦଳ ପକ୍ଷରୁ ମଧ୍ୟ ଏହି ନିଯୁକ୍ତି କୁ ସ୍ୱାଗତ କରାଯାଇଛି l
