Odisha news

ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ

0
ଛତ୍ରପୁର ୧୬/୮ : ଚମାଖଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥରେ ଶୁକ୍ରବାର  ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି l ମୃତ ବାଇକ ଚାଳକ ଜଣକ ଚମାଖଣ୍ଡି ଗ୍ରାମର ଜଗା ରେଡ୍ଡୀ ବୋଲି ସୂଚନା ମିଳିଛି l ମିଳିଥିବା ସୂଚନା ଅନୁଯାୟୀ ଜଗା ନିଜ ଓଡି୦୭ ଏଆର ୭୩୨୮ ନଂ ଏକ ବାଇକ ଯୋଗେ ବ୍ରହ୍ମପୁରରୁ ନିଜ ଗ୍ରାମ ଚମାଖଣ୍ଡି ଅଭିମୁଖେ ଆସୁଥିବା ବେଳେ ପଛ ପଟୁ ଆନ୍ଧ୍ରା ରୁ କଟକ ଅଭିମୁଖେ ଯାଉଥିବା ଓଡି ୦୨ ବିକେ ୩୬୭୯ ନଂ ଏକ କଦଳୀ ବୋଝେଇ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଜଗା ଗୁରୁତର ଅବସ୍ଥାରେ ତଳେ ପଡିଯାଇଥିଲେ l ଘଟଣାର ଖବର ପାଇ ଜାତୀୟ ରାଜପଥ ପେଟ୍ରୋଲିଂ ଗାଡିର ଏସପିଓ ସନ୍ତୋଷ କୁମାର ପାଢ଼ୀ, ଡ୍ରାଇଭର ଶୁଭମ କୁମାର, ଜଗନ୍ନାଥପୁର ଫାଣ୍ଡି ଅଧିକାରୀ ଅରୁଣ କୁମାର ରାଉତ ପହଂଚି ଜଗାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ l ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି l ଅନ୍ୟପଟେ ଗାଡି ଦୁଇଟିକୁ ଜବତ କରି ପୋଲିସ ତଦନ୍ତ ଜାରି ରଖିଛି l
Nalco
Leave A Reply