ଠାକୁରମୁଣ୍ଡା -29/1 : ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୁରଭଞ୍ଜ ପକ୍ଷରୁ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଠାକୁରମୁଣ୍ଡାରେ ଅନୁଷ୍ଠିତ ହୋଇଯାଇଛି l ଠାକୁରମୁଣ୍ଡା ଖଲିଆରୀ ଶାଳ ନିକଟରେ 29 ତାରିଖରେ ଆୟୋଜିତ ମିଶ୍ରଣ ପର୍ବରେ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଯୋଗଦେଇ ନବୀନ ସରକାରର ସ୍ବେଛାଚରିତା, ଛାୟା ଶାସନ, କେନ୍ଦ୍ର ଯୋଜନାକୁ ହଡପ କରି ମିଥ୍ୟା ପ୍ରଚାର ମାଧ୍ୟମରେ ଲୋଳଙ୍କୁ ଭୁଆଁ ବୁଲାଉଥିବା ସରକାରକୁ ହଟାଇବାର ସମୟ ବୋଲି କହିଥିଲେ l ଭାରତୀୟ ଜନତା ପାର୍ଟିକୁ ସମର୍ଥନ ଜଣାଇ ଆଜି ଶହ ଶହ ଲୋକ ଯୋଗଦାନ ପାଇଁ ଆଗେଇ ଆସିଥିବାରୁ ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ l ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସମ୍ପାଦକ ବିମଳ ସେନାପତି ଅତି କଡା ଭାଷାରେ ବିଜେଡି ସରକାରକୁ ଜବାବ ମାଗିଥିଲେ l କେନ୍ଦ୍ର ଦେଉଥିବା ଚାଉଳକୁ ଆଉ କେତେଦିନ ରାଜ୍ୟ ଦେଉଛି ବୋଲି ଭୁଆଁ ବୁଲାଇବ ବୋଲି ପ୍ରଶ୍ନ କରିଥିଲେ l ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତକୁ ଟାଣ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଂଜିନ ସରକାର କରିବାକୁ ପଡିବ ବୋଲି କହିଥିଲେ l ବିଜେପି ସୈନିକ ମାନେ ରାଜ୍ୟରୁ ତାମିଲ ସରକାର ହଟାଇବାକୁ ସମର୍ଥ ବୋଲି କହି କର୍ମୀଙ୍କ ମନୋବଳ ବଢ଼ାଇଥିଲେ l
ଆଗାମୀ ବିଧାନ ସଭା ପାଇଁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ପାଇଁ ଅନ୍ୟତମ ଦାବିଦାର ପୂର୍ବତନ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ପାଳେୟାର ପାଳେୟାଙ୍କ ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା l ସେ ବହୁ ବର୍ଷ ଧରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ କାର୍ଯ୍ୟ କରି ଆସୁଥିଲେ l ତାଙ୍କ ସହ ତାଙ୍କର ବହୁ ଅନୁଗାମୀ ମିଶ୍ରଣ ପର୍ବ ଅବସରରେ ଭାଜପା ର ସଦସ୍ୟତା ଗ୍ରହଣ କରିଛନ୍ତି l ଠାକୁରମୁଣ୍ଡା, ମହୁଲଡିହା ଓ ଶରତ ମଣ୍ଡଳର ସମୁଦାୟ ୩୬୯ ଜଣ ସଦସ୍ୟ ଆଜି ଯୋଗଦାନ କରିଥିବା ଜଣାପଡିଛି l ତେବେ ଅନ୍ୟ ଗଣ୍ୟ ମାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ଅବସରପ୍ରାପ୍ତ ଦୂରଦର୍ଶନ କର୍ମଚାରୀ ମଧୁସୂଦନ ସୟ, ଅବସରପ୍ରାପ୍ତ ଶିକ୍ଷକ ସଦନ ସିଂ ବାଙ୍କୀରା,ବିଏମସ ସମ୍ପାଦକ ଅଲେଖ ସେଠୀ ପ୍ରମୁଖ ଅନ୍ୟତମ l
ସଭାମଞ୍ଚରେ ପଶ୍ଚିମ ମୟୁରଭଞ୍ଜ ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ଠାକୁରମୁଣ୍ଡା ମଣ୍ଡଳ ସଭାପତି ରଣଜିତ ବେହେରା,ମହୁଲଡ଼ିହା ମଣ୍ଡଳ ସଭାପତି ଜଗଦୀଶ ମହାନ୍ତ, ଜିଲ୍ଲା ସମ୍ପାଦକ ବିମଳ ସେନାପତି, ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ମହାନ୍ତ,ପୂର୍ବତନ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ l ଓବିସି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ଯୋଗେନ୍ଦ୍ର ମହାନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l