ତେଲେଙ୍ଗାପେଣ୍ଠ : କଟକ ସଦର ବ୍ଲକ ଅନ୍ତର୍ଗତ ଉରାଳୀ ଗ୍ରାମ ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ପାଇଁ ଏକ ସଭା ନଚ୍ଛିପୁର (ବଢେଇସାହି) ସ୍ଥିତ ଗୋଦାବରୀ ପୀଠରେ ସରପଞ୍ଚ ଇଂ ଅଭିଷେକ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ୫୮ ନଂ ୱାର୍ଡ ବିଜେଡି ସଭାପତି ବିକ୍ରମ ଶଥପତି ସଭା କାର୍ଯ୍ୟକୁ ସଞ୍ଚାଳନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କଟକ ସଦର ବ୍ଲକ ବିଡ଼ିଓ ରୁମାନିଆ ଜାଫିର, ନୋଡାଲ ଅଫିସର୍ ସସ୍ମିତା ଦାସ,୪ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଆଶାଲତା ବେହେରା, ସମିତି ସଭ୍ୟ ସୁକଦେବ ମଲ୍ଲିକ, କଟକ ସଦର ବ୍ଲକ ବିଜେଡି ସଭାପତି ପ୍ରମୋଦ ମହାପାତ୍ର ଯୋଗଦେଇ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଜନହିତକର କାର୍ଯ୍ୟ କରି ଆସୁଛନ୍ତି । ପ୍ରତ୍ୟେକ ବ୍ୟକ୍ତି ବିଏସକେୱଇ କାର୍ଡ଼ ପାଇ ବିଭିନ୍ନ ଚିକିତ୍ସାର ସୁଯୋଗ ପାଇ ପାରୁଛନ୍ତି ।ସେହିପରି ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ମିଶନ ଶକ୍ତି ମାଧ୍ୟମରେ ରୁଣ ସହାୟତା ଯୋଗାଇ ଦେବା, ମୋ ସ୍କୁଲ ଓ ମୋ କଲେଜ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଠାରୁ ଯୁବକ ମାନଙ୍କୁ କ୍ରୀଡା ମାଧ୍ୟମରେ ଆଗକୁ ନେବା ବିଭିନ୍ନ କାର୍ଯ୍ୟ କରିପାରିଛନ୍ତି ବୋଲି କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ପଞ୍ଚାୟତର ଆଶା ଦିଦି ,ମିଶନ ଶକ୍ତି, କୃଷି ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ଜନସାଧାରଣଙ୍କୁ ସଚେତନ କରାଇଥିଲେ ।।
