ଠାକୁରମୁଣ୍ଡ। -୨୭/୯ : ଠାକୁରମୁଣ୍ଡ।ବଜ଼ାର ରେ ଥିବା ଗହଣା ଦୋକାନରୁ ଦିନ 11 ଟା ରେ ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି ଦୁର୍ବତ୍ତ ।
ଘଟଣାରୁ ପ୍ରକାଶଯେ, ଠାକୁରମୁଣ୍ଡା – ଉଦଳା ରାସ୍ତାରେ ବିଶ୍ୱଜିତ ମହାପାତ୍ରଙ୍କ ଗହଣା ଦୋକାନ ରହିଛି l ୨୭ ତାରିଖ ଦିନ ୧୧ ଟା ବେଳେ ବିଶ୍ୱଜିତ ନିଜ ମୋଟର ସାଇକେଲରେ ଦୋକାନକୁ ଆସିଥିଲେ l ସେତେବେଳକୁ ଦୋକାନ ଆଗରେ ଜଣେ ମୋଟର ସାଇକେଲ ଉପରେ ବସି କଥା ହେଉଥିଲା l ତାକୁ ହାଡ଼ି ହଟାଇବାକୁ କହି ଦେଖାନ୍ତି ତ ତାଲାରେ ଅଠା ଲାଗିଛି l ସଙ୍ଗେ ସଙ୍ଗେ ପଛକୁ ଦେଖିବା ବେଳକୁ ଡ଼ିକି ଭଙ୍ଗା ସରିଛି l ଡ଼ିକିରେ ଥିବା ବ୍ୟାଗରେ ପ୍ରାୟ ୫ ଲକ୍ଷ ଟଙ୍କାର ଅଳଙ୍କାର ଥିଲା l ତା ସହିତ ପୁରୁଣା ଗହଣା 100 ରୁ 150 ଗ୍ରାମର ଥିଲା l ଯାହା ସେ ବ୍ୟାଙ୍କରେ ବନ୍ଧକ ଦେଇ ଦୁର୍ଗା ପୂଜା ପାଇଁ ଋଣ ଆଣିବାକୁ ପ୍ରସ୍ତୁତ ହୋଇ ଆସିଥିଲେ l ଠାକୁରମୁଣ୍ଡା ଥାନାରେ ଏତଲା ଦାଏର ପରେ ପୋଲିସ ମୋକଦ୍ଦମା ରୁଜ୍ଜୁ କରି ତଦନ୍ତ କରୁଛି l ସିସି ଟିଭି ପୋଲିସ ଅନୁଧ୍ୟାନ କରୁଥିବା କଥା କହିଛି l