Odisha news

ବାଘ ଆକ୍ରମଣ ରେ ଆହତ ସମ୍ବର ମୃତ୍ୟୁ

0

ଠାକୁରମୁଣ୍ଡା ତା ୪/୦୧: କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫୋରେଷ୍ଟ ବିଟ ଅନ୍ତର୍ଗତ ଭେଜଡିହା ଗ୍ରାମ ନିକଟରେ ସୋମବାର ସକାଳେ ଆହତ ଅବସ୍ଥା ରେ ମିଳୁଥିବା ଏକ ସମ୍ବର ର ମୃତ୍ୟୁ ଘଟିଛି।ମୃତ ସମ୍ବର କୁ ଜଙ୍ଗଲ ଭିତରେ କଲରାପତରିଆ ବାଘ ଆକ୍ରମଣ କରିଥିବା ର ବନବିଭାଗ ଅନୁମାନ କରୁଛି।ମୃତ ସମ୍ବର ର ବୟସ ପ୍ରାୟ ୨ ବର୍ଷ ଓଜନ ୧୫୦ କେଜି ହେବ।ଶିମିଳିପାଳ ଜଙ୍ଗଲ ଭିତରେ ବାଘ ଆକ୍ରମଣ ରୁ ଖସି ପଳାଇ ଆସି ଭେଜଡିହା ଗ୍ରାମ ଭିତରକୁ ଦୌଡ଼ି ଆସିବା ବେଳେ ସକାଳ ପ୍ରାୟ ୭ ଟା ସମୟରେ ଲୋକେ ସମ୍ବର କୁ ଦେଖି ବନବିଭାଗ କୁ ଖବର ଦେଇଥିଲେ।ବନକର୍ମଚାରୀ ମାନେ ଘଟଣାସ୍ଥଳରେ ପହଂଚି ଆହତ ସମ୍ବରକୁ ଚିକିତ୍ସା ପାଇଁ ପ୍ରସ୍ତୁତି କରୁଥିବା ସମୟରେ ସମ୍ବର ର ମୃତ୍ୟୁ ଘଟିଥିଲା।ମୃତ ସମ୍ବର ର ବେକ,ଲାଞ୍ଜ,ପିଠି ରେ କ୍ଷତ ହୋଇଛି।ମୃତ ସମ୍ବରକୁ ବନବିଭାଗ କର୍ମଚାର ମାନେଠାକୁରମୁଣ୍ଡା ରେଞ୍ଜ କାର୍ଯ୍ୟାଳୟ କୁ ଆଣିଛନ୍ତି।

Leave A Reply