Odisha news

ଜିଲ୍ଲାରେ ୧୬୮ କୋଟି ବିଦ୍ୟୁତ ବି୍ଲ ବାକି, ୧୬ ତାରିଖ ପରେ ପୈଠ ନ ହେଲେ ଅନ୍ଧାର, ସାଉଥକୋର କଡା ଚେତାବନୀ।

0

ତେନ୍ତୁଳିଖୁଣ୍ଟି-  ସାଉଥକୋ ୟୁଟି୍ଲିଟି କତ୍ତୃପକ୍ଷ  ବିଦ୍ୟୁତ ବିଦ୍ୟୁତ ବିଲ ଉପରେ  କଡା ଆଭିମୂଖ୍ୟ ଗ୍ରହଣ କରି ଚେତାବନୀ ଦେବା ପରେ ଗ୍ରାହକ ଓ ସମସ୍ତ ସରକରୀ ବେସରକାରୀ ମୂଖ୍ୟାଙ୍କ ଉପରେ ଜ୍ଞାନ ପସିଛି। ଅଣଦେଖା କରି ଆସୁଥିବା ବିଦ୍ୟୁତ ବିଲକୁ ଏବେ ହାତରେ ନେଇଁ ଭଲକି ଦେଖିବା ଆରମ୍ଭ କରିଛି। ଜିଲ୍ଲାରେ ରହିଛି କୋଟି କୋଟି ଟଙ୍କାର ବକେୟା ବିଲ ପଡିରହିଛି। କେହି କେବେ ଏହାକୁ ଗୁରୁତ୍ତ୍ବ ଦେଉ ନ ଥିଲେ। ଆସନ୍ତା ୧୬ ତାରିଖରୁ ୧୦୦୦ ଟଙ୍କାରୁ ଯାହାର ଅଧିକ ବକେୟା ବିଲ ରହିବ, ତାହାର ବିଦ୍ୟୁତ ସଂଯୋଗ କଟାଯିବ ବୋଲି ବିଭାଗ ତରଫରୁ ସତର୍କ କରାଯାଇଅଛି। ଏଥି ପାଇଁ ଜିଲ୍ଲାରେ ୪୨ଟି ଟିମ ଗଠନ କରାଯାଇଅଛି। ଜୋରସୋରରେ ବି ମାିଇକ ଜରୀଆରେ ପ୍ରଚାର ଆରମ୍ଭ କରାଯାଇଅଛି। ବିଭାଗ ଅନୁସାରେ ୩ଟି ସବଡିଭିଜନ ନବରଙ୍ଗପୁର ଉପଭୋକ୍ତା ୪୮ ହଜାର ରହିଥିବା ବେଳେ ୪୬ କୋଟି ବାକି ରହିଛି, ପାପଡାହାଣ୍ଡି ଉପଭୋକ୍ତା ୫୪ ହଜାର ୫୦୦ ରହିଛନ୍ତି ଓ ସେମାନଙ୍କ ଉପରେ ୪୭ କୋଟି ବିଲ ବକେୟା, ଉମରକୋଟର ୮୮ ହଜାର ଉପଭୋକ୍ତା ରହୁଛନ୍ତି ସେଥିରୁ ବକେୟା ବିଲ ରିହିଛି ୬୬ କୋଟି।ସୋର୍ବ ମୋଟ ୧ ଲକ୍ଷ ୯୦ ହଜାର ୫୦୦ ଉପଭୋକ୍ତା  ରହିଛନ୍ତି, ୧୫୯ କୋଟି ଟଙ୍କା ବକେୟା ବିଲ ରହିଛି। ସରକାରଙ୍କ ବିଭିନ୍ନ ବିଭାଗର ୧୪୯୦ ଉପଭୋକ୍ତାଙ୍କ ଉପରେ ୯ କୋଟି ୬ ଲକ୍ଷ ୯୯ ହଜାର ୩୬୫ ଟଙ୍କା ବିଲ ବାକି ରହିଛି। ସମବାୟ ସମିତିର ୧ ଲକ୍ଷ ୨୪ ହଜାର ୩୯ ଟଙ୍କା ବକେୟା ରହିଥିଲା ବେଳେ ଦୁଗଧ ସମବାୟ ସମିତି ଉପରେ ୫୩ ହଜାର ୫୧ ଟଙ୍କା, ଆଗ୍ରୋ ବିଭାଗର ୭୭ ହଜାର ୩୭୫ ଟଙ୍କା, ଲିଫ୍ଟ ଇରିଗେସନ ନିଗମ ଉପରେ ୩୭ ଲକ୍ଷ ୫୨୨୪ ଟଙ୍କା, ରାଜ୍ୟ ପଣ୍ୟାଗାର ୮୧୫୭ ଟଙ୍କା, ଡିଗ୍ରି କୋର୍ପରେସନ ଉପରେ ୨୮ ଲକ୍ଷ ୭୮ ହଜାର ୯୦୨ ଟଙ୍କା, ଓଏଚପିସି ୧ କୋଟି୮୮ ଲକ୍ଷ ୨୬ ହଜାର ଟଙ୍କା, କୃଷି ବିଭାଗର ୨ ଲକ୍ଷ ୬୩ ହଜାର ୮୩୫ ଟଙ୍କା, ଉଦ୍ୟାନ ବିଭାଗର ୧ ଲକ୍ଷ ୪୪ ହଜାର ୮୮୭ ଟଙ୍କା, ମହିଳା ଓ ଶିଶୁ ବିଭାଗ ଉପରେ ୮୪ ହଜାର ୮୯୫ ଟଙ୍କା, ଜିଲ୍ଲା ଯୋଗାଣ ବିଭାଗ ୨୬୨୫ ଟଙ୍କା, ପରିବହନ କର୍ଯ୍ୟାଳୟ ଉପରେ ୪୦୦ ଟଙ୍କା ମାତ୍ର, ଶିକ୍ଷା ବିଭାଗ ୬୫ ଲକ୍ଷ ୬୩ ହଜାର ଟଙ୍କା ଏବଂ ଗଣଶିକ୍ଷା �

Leave A Reply