Odisha news

ଭାରତରେ ରହିଛି ଏପରି ଗୋଟିଏ ମନ୍ଦିର ଯେଉଁଠାରେ କେବଳ ମକର ସଂକ୍ରାନ୍ତି ଦିନ ପଡିଥାଏ ସୂର୍ଯ୍ୟଙ୍କ ପ୍ରଥମ କିରଣ

0

ନୂଆଦିଲ୍ଲୀ : ଗୁରୁବାର ଦିନ ସାରା ଭାରତରେ ମକର ସଂକ୍ରାନ୍ତିର ପର୍ବ ଉଲ୍ଲାସ ପୁର୍ଣ ଭାବରେ ପାଳନ କରାଯାଇଥିଲା l ସେହି ଘଟଣାକୁ ନେଇ ଆମେ ଆପଣଙ୍କୁ ଗୋଟିଏ ଅଦ୍ଭୁତ ମନ୍ଦିର ବିଷୟରେ କହିବାକୁ ଯାଉଛୁ l ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟଙ୍କର ପ୍ରଥମ କିରଣ ,ସୂର୍ଯ୍ୟଙ୍କ ମୂର୍ତ୍ତି ଉପରେ ପଢ଼ିଥାଏ l ସେହି ମନ୍ଦିରଟି ମଧ୍ୟ ପ୍ରଦେଶର ଖରଗୋନ ଜିଲ୍ଲାରେ ଅବସ୍ଥିତ l ଆଶ୍ଚର୍ଯ୍ୟର କଥା ହେଉଛି ଏହି ନାବଗ୍ରହ ମନ୍ଦିରରେ କେବଳ ମକର ସଂକ୍ରାନ୍ତି ଦିନ ହିଁ ସୂର୍ଯ୍ୟଙ୍କର ପ୍ରଥମ କିରଣ ପଡିଥାଏ l ଏହି ମନ୍ଦିରରେ ନବଗ୍ରହଙ୍କ ମୃତ୍ତି ମଝିରେ ସୂର୍ଯ୍ୟଦେବ ବିରାଜମାନ କରିଛନ୍ତି l ଅଧିକାଂଶ ସ୍ଥାନରେ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ପୂଜା କରାଯାଇଥାଏ କାରଣ ବର୍ଷ ସାରା ନବଗ୍ରହଙ୍କର ଆଶୀର୍ବାଦ ମିଳିଥାଏ l

ପ୍ରାଚୀନ ଜ୍ୟୋତିଷଶାସ୍ତ୍ର ଅନୁସାରେ ଏହି ମନ୍ଦିରର ନିର୍ମାଣ କରାଯାଇଛି l ମନ୍ଦିରରେ ପ୍ରବେଶ କରିବା ବେଳକୁ ୭ଟି ପାହାଚ ରହିଛି ,ଯାହା ୭ଟି ବାରକୁ ସୂଚାଉଛି l ଏହାପରେ ବ୍ରହ୍ମା ,ବିଷ୍ଣୁ ସ୍ଵରୁପାଙ୍କ ସହିତ ମା ସରସ୍ୱତୀ ଓ ମହାଦେବଙ୍କର ଦର୍ଶନ ମଧ୍ୟ ହୋଇଥାଏ l ଗର୍ଭ ଗୃହକୁ ଯିବା ପାଇଁ ୧୨ ଟି ପାହାଚ ରହିଛି ,ଯାହା ୧୨ ଟି ମାସକୁ ସୂଚାଉଛି l ଗର୍ଭ ଗୃହରେ ନବ ଗ୍ରହଙ୍କ ଦର୍ଶନ ପରେ ୧୨ ଟି ପାହାଚ ବାହାରକୁ ବାହାରିବା ପାଇଁ ରହିଛି l ଯାହା ୧୨ ଟି ରାଶିର ପ୍ରତୀକ ଅଟେ l ଏହି ମନ୍ଦିରରେ ସୂଚାଇ ଦେଇ ଥାଏ ଯେ ୧୨ ଟି ମାସ ୭ଟି ଦିନ ଓ ୧୨ ଟି ରାଶିକୁ ନେଇ ଆମ ଜୀବନ ଚକ୍ର ଚାଲିଥାଏ l

Leave A Reply