Odisha news

ରାମ ମନ୍ଦିରର ୩୦ କିଲୋମିଟର ଦୂରରେ ତିଆରି ହେବ ଅଯୋଧ୍ୟାର ଧନୀପୁର ମତ୍ସଜିତ୍ : ଯାହା ଦର୍ଶାଇବ ଭାରତର ଅନେକତାରେ ଏକତାକୁ

0

ନୂଆଦିଲ୍ଲୀ : ଭାରତ ଗୋଟିଏ ବିଭିନ୍ନତାର ଦେଶ l ଏଠାରେ ସମସ୍ତ ଧର୍ମ ,ସଂସ୍କୃତି ଓ ଭାଷାର ଲୋକମାନେ ଏକ ସହିତ ମିଳିମିଶି ରୁହନ୍ତି l କୁହାଯାଏ ଯେ ଭାରତରେ ପ୍ରତେକ ୫ ରୁ ୧୦ କିଲୋମିଟର ଦୂରତାରେ ବିଭିନ୍ନତାର ଗୋଟିଏ ଝଲକ ଦେଖିବାକୁ ମିଳିବ l ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହୁର ପ୍ରସିଦ୍ଧ ପୁସ୍ତକ ଡ଼ିସକଭରୀ ଅଫ ଇଣ୍ଡିଆରେ ଏହି ବିଷୟରେ କୁହାଯାଇଛି l ଶନିବାର ଦିନ ଅଯୋଧ୍ୟାର ଧନୀପୁର ମତ୍ସଜିତର ଡିଜାଇନ ଦେଖିବାକୁ ମିଳିଥିଲା l ଅନେକ ବର୍ଷରୁ ଏହି ସଂଘର୍ଷ ଚାଲିଥିଲା ,ବର୍ତମାନ ତାହା ସମ୍ପୂର୍ଣ ହୋଇଛି l

ମାତ୍ର ୩୦ କିଲୋମିଟର ଦୂରରେ ରାମ ମନ୍ଦିରର ଏହି ମତ୍ସଜିତକୁ ଦେଖିବାକୁ ମିଳିବ l ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଫଇସଲା ଦେବାପରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ତିଆରି କରାଯାଉଛି ଓ ଏହାର ଅଳ୍ପ ବାଟରେ ଭବ୍ୟ ମତ୍ସଜିତ ମଧ୍ୟ ତିଆରି କରାଯାଉଛି l ଏହି ଦୁଇଟି ଧର୍ମପୀଠ ଆସନ୍ତା ପିଢ଼ିକୁ ଶାନ୍ତି ଓ ପ୍ରେମର ଅନୁଭୂତି କରାଇବ l ସାଧାରଣତଃ ଆମେ ଧର୍ମ ସ୍ଥାନ ଗୁଡିକୁ ଭାରତରେ ଅଲଗା ମହତ୍ୱ ଦେଇଥାଉ l

ମତ୍ସଜିତ ଗୁଡିକ ଉପରେ ମାଇକ ଲାଗିଥିବା ବେଳେ ଧନୀପୁର ମତ୍ସଜିତରେ ତାହା ଗୋଟିଏ ବ୍ୟତିକ୍ରମ ହୋଇଛି,ଏଠାରେ କୌଣସି ମାଇକ ଲଗାଯିବ ନାହିଁ l ଇଣ୍ଡୋ ଇସ୍ଲାମିକ କଲ୍ଚର ଫାଉଣ୍ଡେସନ୍ ର ଭରଚୁଆଲ ବୈଠକରେ ଅଯୋଧ୍ୟା ଧନୀପୁର ମତ୍ସଜିତର ଡିଜାଇନ ଜାରି କରାଯାଇଥିଲା l ୫ ଏକର ଜାଗାରେ ମତ୍ସଜିତ ବ୍ୟତୀତ ମିୟୁଜିୟମ ,ଲାଇବ୍ରେରୀ ଓ କମ୍ୟୁନିଟି ରୋଷେଇ ଶାଳା ତିଆରି କରାଯିବ l ୨୦୦ ରୁ ୩୦୦ ଶଯ୍ୟା ବିଶିଷ୍ଟ ଗୋଟିଏ ଡାକ୍ତରଖାନା ପ୍ରସ୍ତୁତ କରାଯିବ l ବୈଠକରେ ନିଶ୍ଚିନ୍ତ କରାଯାଇଛି ଯେ ମତ୍ସଜିତଟିର ନାମ କୌଣସି ବାଦଶାହାଙ୍କ ନାମରେ ରଖାଯିବ ନାହିଁ l ଏହି ମତ୍ସଜିତର ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ଜାନୁଆରୀ ୨୬ କିମ୍ବା ଅଗଷ୍ଟ ୧୫ ତାରିଖରେ ଆରମ୍ଭ କରାଯିବ l

Leave A Reply