ପ୍ରତି ଧର୍ମରେ ନିଜ ଧର୍ମ ସ୍ଥଳୀର ପରିକ୍ରମା କରିବାର ଖୁବ ପୁରାତନ ବିଧି ରହିଛି l କାରଣ ପୂଜାର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ ହେଉଛି ପରିକ୍ରମା l ମାନ୍ୟତା ରହିଛି ଯେ ପରିକ୍ରମା କରିବା ଦ୍ୱାରା ପାପ ର ବିନାଶ ହୋଇଥାଏ l ହିନ୍ଦୁ ଧର୍ମରେ କେବଳ ଦେବଦେବୀ ଙ୍କର ନୁହେଁ ଓସ୍ତ , ବରଗଛ, ତୁଳସୀ ଭଳି ବିଭିନ୍ନ ବୃକ୍ଷ ଯାହାକୁ ପୂଜା କରାଯାଇ ଥାଏ ତାହାକୁ ପରିକ୍ରମା କରାଯାଇ ଥାଏ l
ଆସନ୍ତୁ ଜାଣିବା ପରିକ୍ରମା କରିବାର ଧାର୍ମିକ ମାନ୍ୟତା ବିଷୟରେ –
* ଧାର୍ମିକ ମାନ୍ୟତା ଅନୁସାରେ ମନ୍ଦିର ଓ ଭଗବାନ ଙ୍କ ଚତୁର୍ପାର୍ଶ୍ୱରେ ପରିକ୍ରମା କରିବା ଦ୍ୱାରା ସକାରାତ୍ମକ ଉର୍ଜା ଶରୀରକୁ ପ୍ରବେଶ କରିଥାଏ ଓ ଏହି ଉର୍ଜା ବ୍ୟକ୍ତି ସହିତ ଘରକୁ ମଧ୍ୟ ପ୍ରବେଶ କରିଥାଏ l ଯାହାଦ୍ୱାରା ସୁଖ ଶାନ୍ତି ଓ ସମୃଦ୍ଧିର ବୃଦ୍ଧି ହୋଇଥାଏ l
* ମନ୍ଦିରରେ ସର୍ବଦା ପରିକ୍ରମା ଘଣ୍ଟା ର କଣ୍ଟା ଭଳି କରିବା ଆବଶ୍ୟକ l ଏହାର ଅର୍ଥ ଆପଣ ସର୍ବଦା ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ଵରୁ ବାମ ପାର୍ଶ୍ୱକୁ ପରିକ୍ରମା କରିବା ଆବଶ୍ୟକ l ଏହାଦ୍ୱାରା ଜୀବନ ରୁ ଖରାପ ସମୟ ଦୂର ହୋଇଯାଏ l
* ଯଦି ଆପଣ ମନ୍ଦିର ପରିକ୍ରମା କରୁଛନ୍ତି ତେବେ ନିଜର ଇଷ୍ଟ ଦେବତାଙ୍କ ନାଁ କୁ ଜପ କରି ପରିକ୍ରମା କରିବା ଆବଶ୍ୟକ l ଏହାଦ୍ୱାରା ଶୁଭଫଳ ପ୍ରାପ୍ତି ହୋଇଥାଏ l
କେଉଁ ଦେବତାଙ୍କୁ କେତେଥର ପରିକ୍ରମା କରିବା ଉଚିତ -:
* ଗଣେଶଙ୍କର ୪ଥର , ବିଷ୍ନୁ ଙ୍କର ପାଞ୍ଚ ଥର , ଦେବୀ ଦୁର୍ଗା ଙ୍କର ଗୋଟିଏ ଥର ଓ ସୂର୍ଯ୍ୟଦେବ ଙ୍କର ୭ଥର l
* ଭୋଳାନାଥ ଶିବ ଙ୍କର ଅଧା ପରିକ୍ରମା କରିବା ଉଚିତ l କାରଣ ଜଳଧାରୀ ମହାଦେବ ଙ୍କ ଜଳ ବା ପାଦୁକା କୁଣ୍ଡକୁ ଅତିକ୍ରମ କରାଯାଇ ନଥାଏ l