ବୁଗୁଡ଼ା :-୫/୯ ସ୍ଥାନୀୟ ଶିକ୍ଷକ ଭବନରେ ପବିତ୍ର ଗୁରୁଦିବସ କୋଭିଡ ନିୟମାନୁସାରେ ନିରାଡାମ୍ବର ଭାବେ ବୁଗୁଡ଼ା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ମନୋରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇ ଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ହରେକୃଷ୍ଣ ପାତ୍ର ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ମଞ୍ଚର ସଭାପତି ବିଶ୍ଵମୋହନ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଦିବସୀୟ ମହତ୍ତ୍ୱ ଉପରେ ଆଲୋକ ପାତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ନରେନ୍ଦ୍ରନାଥ ଷଡଙ୍ଗୀ, ଗୌରୀପତି ଦାଶ, ପ୍ରମୋଦ ଚନ୍ଦ୍ର ଦାଶ, କାଳୀଚରଣ ଆଚାର୍ଯ୍ଯ, ରବିନ୍ଦ୍ର କୁମାର ପାତ୍ର, ରାମ ଚନ୍ଦ୍ର ସାହୁ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ପ୍ରାପ୍ତ ପ୍ରାଥମିକ ଶିକ୍ଷକ ମଞ୍ଚର କାର୍ଯ୍ୟକାରୀ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ପାଢୀଙ୍କ ବିୟୋଗ ନିମନ୍ତେ ଏକମି. ନୀରବ ପ୍ରାର୍ଥନା ମଧ୍ଯ କରାଯାଇଥିଲା।