କାକଟପୁର 11/3 କାକଟପୁର ମଙ୍ଗଳା ଙ୍କ ସେବାୟତ ତଥା ଅବସର ପ୍ରାପ୍ତ ଶିକ୍ଷକ ମନମୋହନ ଦୀକ୍ଷିତ (ମନୁସାରେ) 85 ଙ୍କର ଗତକାଲି ନିଜ ବାସ ଭଵନରେ ପରଲୋକ ହୋଇଯାଇଛି l ସେ ଜଣେ ପରୋପକାରୀ, ମିଷ୍ଠ ଭାଷୀ, ଛାତ୍ର ବତ୍ସଳ ଥିଲେ l ଶିକ୍ଷକ ଜୀବନ ଆରମ୍ଭ କରି ନିଜର ଦାୟିତ୍ୱ ନିର୍ବାହ କରିବା ସହ ବହୁ ଛାତ୍ର ଛତ୍ରୀ ଙ୍କୁ ଶିକ୍ଷା ଦାନ କରି ଉଚ୍ଚ ପଦବୀରେ ବସାଇବା ସେ ନିଜକୁ ଗର୍ବ ଅନୁଭବ କରିଥିଲେ l ପରେ ଅବସର ନେଇଥିଲେ l ତାଙ୍କର ମୃତ୍ୟୁ ଖବର ପାଇବା ପରେ ସାରା କାକଟପୁର ଅଞ୍ଚଳର ସାଥି ଶୁବେଛୁ ମାନେ ଘର ପାଖକୁ ଧାଇଁ ଆସିଥିଲେ l ତାଙ୍କର ମର ଶରୀର କୁ ଏକ ଶୋଭାଯାତ୍ରା ରେ ଗାଁ ପରିକ୍ରମା କରି ନିଜ ଗାଁ ସ୍ମଶାନ ରେ ଦାହ କରାଯାଇଥିଲା l ପୁତ୍ର ସ୍ମୃତି ରଞ୍ଜନ (ସିଲୁ) ମୁଖାଗ୍ନି ଦେଇଥିଲେ l ପରିବାର, ବନ୍ଧୁବର୍ଗ, ସେବାୟତ ଭାଇ ମାନେ ଯୋଗ ଦେଇଥିଲେ l
